SIP ନା PPF: ୧୦ ବର୍ଷର ନିବେଶରେ କେଉଁଠି ମିଳିବ ଅଧିକ ଟଙ୍କା?

ଟେନସନ ଫ୍ରି ହେବ ରିଟାୟରମେଣ୍ଟ: ଆଉ ସଠିକ୍ ଜାଗାରେ କରନ୍ତୁ ନିବେଶ

ଭୁବନେଶ୍ୱର : ନିଜ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତାରେ ଥାନ୍ତି, ଏଥିପାଇଁ ଆମେ ନିବେଶକୁ ଏକମାତ୍ର ସାହାରା ବୋଲି ଭାବିଥାଉ । ଖାସ କରି ଯେଉଁମାନେ ଚାକିରୀ କରିଥାନ୍ତି ଏବଂ ରିଟାୟରମେଂଟ ପରେ ନିଜ ସେଭିଙ୍ଗସରୁ ହିଁ କାମ ଚଳାଇବାକୁ ପଡିଥାଏ । ଏଥିପାଇଁ ଅନେକ ପ୍ରକାରର ଉପାୟ ଥାଏ କିନ୍ତୁ ଅଧିକାଂଶ ଲୋକ ଏସିଆଇପି ହେଉ ଅବା ପିପିଏଫରେ ନିବେଶ କରିବା ପସନ୍ଦ କରନ୍ତି ।

ଏହି ମଧ୍ୟରେ ଆମେ ଏହି ଦୁଇ ପ୍ଲାନକୁ ନେଇ ସବୁବେଳେ ଦ୍ୱନ୍ଦରେ ଥାନ୍ତି ଯେ, ଦୀର୍ଘକାଳୀନ ନିବେଶ ପାଇଁ କେଉଁ ପ୍ଲାନଟି ସଠିକ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବା ଏହି ଦୁଇ ପ୍ଲାନ ମଧ୍ୟରୁ କାହାକୁ ବାଛିଲେ ଆପଣେ ଅଧିକ ଲାଭବାନ ହୋଇପାରିବେ ।

ପିପିଏଫ କ’ଣ ? : ସବୁଠାରୁ ପ୍ରଥମେ ଆମେ ପାଇଁ ଏହା ଜାଣିବା ଜରୁରୀ ଯେ, ପିପିଏଫ କ’ଣ ? ପିପିଏଫର ପୂରା ନାମ ପବ୍ଲିକ ପ୍ରୋଭିଡେଂଡ ଫଣ୍ଡ ଅଟେ । ଏହା ଭାରତ ସରକାରଙ୍କର ଦୀର୍ଘକାଳୀନ ସେଭିଙ୍ଗସ ଯୋଜନା ଅଟେ । ପିପିଏଫ ୧୫ ବର୍ଷ ପାଇଁ ଟ୍ୟାକ୍ସ ଫ୍ରି ରିଟର୍ଣ୍ଣ ପ୍ରଦାନ କରେ । ଏହା ରିଟାୟରମେଂଟ ପ୍ଲାନିଂ ପାଇଁ ସବୁଠାରୁ ଭଲ ପ୍ଲାନ ଅଟେ । ପିପିଏଫ ଭାରତ ସରକାରଙ୍କ ଯୋଜନା ଅଟେ, ଯାହାକି ଏକ ସୁରକ୍ଷା ନିବେଶ ଯୋଜନା ଅଟେ ।

ଏସଆଇପି କ’ଣ ? : ବର୍ତ୍ତମାନ ଏସଆଇପି ସଂପର୍କରେ ଆଲୋଚନା କରିବା, ଏସଆଇପି ର ସଂପୂର୍ଣ୍ଣ ନାମ ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ ଅଟେ । ଏହା ଏକ ମ୍ୟୁଚୁଆଲ ଫଣ୍ଡ ଅଟେ । ଏଥିରେ ଲୋକମାନେ ଅଧିକ ନିବେଶ ପାଇଁ ପସନ୍ଦ କରିଥାନ୍ତି । ଏହି ମ୍ୟୁଚୁଆଲ ଫଣ୍ଡ ସ୍ୱଳ୍ପ କାଳୀନ ଏବଂ ଦୀର୍ଘ କାଳୀନ ପାଇଁ ମଧ୍ୟ ହୋଇପାରେ । ଏଥିରେ ଆପଣେ ପ୍ରତ୍ୟେକ ମାସରେ ଛୋଟ ଛୋଟ କରି ନିବେଶ କରିପାରିବେ । ଏହା ବଜାରସ୍ଥତ ଉପରେ ନିର୍ଭର କରେ । ଏହା ଟ୍ୟାକ୍ସ ଫ୍ରି ନୁହେଁ ଆଉ ଯେତେବେଳ ଆମେ ଟଙ୍କା ଉଠାଇବା ସେତେବେଳେ ମାର୍କେଟର ରେଟ ହିସାବରେ ଟଙ୍କା ମିଳିବ ।

ପିପିଏଫ ବନାମ ଏସଆଇପି : ପିପିଏଫ ଏବଂ ଏସଆଇପି ଦୁଇଟି ଯାକ ଦୀର୍ଘକାଳୀନ ନିବେଶ ବହୁତ ଭଲ ପ୍ଲାନ ଅଟେ । କିନ୍ତୁ ପିପିଏଫ ସରକାରୀ ଯୋଜନା ଅଟେ ଏଥିରେ ରିଟର୍ଣ୍ଣ ନିଶ୍ଚିତ ଥିବାବେଳେ ସେପଟେ ଏସଆଇପିର ରିଟର୍ଣ୍ଣ ନିଶ୍ଚିତ ନୁହେଁ କାରଣ ଏଥିରେ ହାଇ ରିଟର୍ଣ୍ଣ ପଲିସି ଯାହା ବଜାର ସହ ଜଡିତ । ଏଥିରେ ୧୦ରୁ ୧୪ ପ୍ରତିଶତ ରିଟର୍ଣ୍ଣ ମିଳିଥାଏ । ଯଦି ଓ ପିପିଏଫରେ ରିଟର୍ଣ୍ଣ ସୁରକ୍ଷିତ ଥାଏ ତେବେ ଏସଆଇପିରେ ରିଟର୍ଣ୍ଣ ସୁରକ୍ଷିତ ନଥାଏ

୧୦ ବର୍ଷରେ କେଉଁଥିରେ ବଢିବ ସବୁଠାରୁ ଅଧିକ ଟଙ୍କା :  ଯଦି ୧୦ ବର୍ଷ ଏସଆଇପିରେ ଆପଣେ ପ୍ରତ୍ୟେକ ବର୍ଷ ୧୦ ହଜାର ଲେଖାଏଁ ନିବେଶ କରନ୍ତି ତେବେ ୧୦ ବର୍ଷ ପରେ ଏହା କେତେ ହେବ ଆପଣେ ଜାଣନ୍ତି କି ? ଏସଆଇପିରେ ୧୨ରୁ ୧୫ ପ୍ରତିଶତ ଚକ୍ରବର୍ତ୍ତୀ ରିଟର୍ଣ୍ଣ ମିଳିବ । ଏଥିରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ । ଏଥିରେ ଆପଣଙ୍କୁ ୧ ଲକ୍ଷ ନିବେଶରେ ୧୨ ପ୍ରତିଶତ ହିସାବେ ପାଖାପାଖି ୧.୭୫ ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିବ । ସେପଟେ ପିପିଏଫରେ ୧ ଲକ୍ଷ ଟଙ୍କାରେ ଏବେକାର ସୁଧ ହାରରେ ୭.୧ ପ୍ରତିଶତ ହିସାବରେ ରିଟର୍ଣ୍ଣ ମିଳିବ ।