fbpx

ଶ୍ରୀଲଙ୍କା ପରେ ବାଂଲାଦେଶରେ ଆର୍ଥିକ ସ୍ଥିତି ଅସମ୍ଭାଳ, ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ବିରୋଧ

ଢ଼ାକା: ମୁଦ୍ରାସ୍ଫୀତି ଯୋଗୁଁ ବାଂଲାଦେଶର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି । ଏଠାରେ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୫୨ପ୍ରତିଶତ ବୃଦ୍ଧି କରିଛନ୍ତି । ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ ରାଜଧାନୀ ଢାକା ସମେତ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅଗଷ୍ଟ ୫ରେ ଡିଜେଲ ମୂଲ୍ୟ ଲିଟର ବାଙ୍ଗଲାଦେଶ ମୁଦ୍ରାରେ ୭୭ ଟଙ୍କା ଥିଲାବେଳେ ପେଟ୍ରୋଲ ମୂଲ୍ୟ ଲିଟର ୮୯ ଟଙ୍କା ରହିଥିଲା । ଏହାର ଦିନକ ପରେ ଅର୍ଥାତ ଅଗଷ୍ଟ ୬ରେ ଡିଜେଲ ଲିଟର ମୂଲ୍ୟ ବୃଦ୍ଧି ପାଇ ୧୧୪ ଟଙ୍କା ହୋଇଥିଲାବେଳେ ପେଟ୍ରୋଲ ଲିଟର ମୂଲ୍ୟ ୧୩୫ ଟଙ୍କା ହୋଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯୭୧ ମସିହାରେ ସ୍ୱାଧୀନତା ପରଠାରୁ ଦେଶରେ ପ୍ରଥମ ଥର ପାଇଁ ଏପରି ଆର୍ôଥକ ସଙ୍କଟ ଦେଖାଯାଇଛି । ସରକାର କହିଛନ୍ତି ଯେ ଆନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ବାସ୍ତବରେ, ବାଂଲାଦେଶରେ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ଆକାଶଛୁଆଁ ହୋଇଛି । ଏବେ ଡିଜେଲ-ପେଟ୍ରୋଲ କ୍ଷେତ୍ରରେ ମୂଲ୍ୟବୃଦ୍ଧି ଯୋଗୁଁ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି ।

ଇନ୍ଧନ ମୂଲ୍ୟରେ ବୃଦ୍ଧି ହେତୁ ସରକାରଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋକମାନେ କହିଛନ୍ତି- ସରକାର ପେଟ୍ରୋଲର ମୂଲ୍ୟ ୫୧.୭ ପ୍ରତିଶତ ଏବଂ ଡିଜେଲର ମୂଲ୍ୟ ୪୨ ପ୍ରତିଶତ ବୃଦ୍ଧି କରିଛନ୍ତି । ତେଣୁ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ । ଗତ ୯ ମାସ ମଧ୍ୟରେ ଦେଶରେ ମୁଦ୍ରାସ୍ଫୀତି ହାର କ୍ରମାଗତ ଭାବେ ୬ ପ୍ରତିଶତରୁ ଅଧିକ ରହିଛି । ଜୁଲାଇରେ ବାଂଲାଦେଶରେ ମୁଦ୍ରାସ୍ଫୀତି ୭.୪୮ ପ୍ରତିଶତରେ ପହଞ୍ଚିଛି ।

Get real time updates directly on you device, subscribe now.