fbpx

ଦୁଲୁକୁଛି ସମ୍ବଲପୁର, ଯାକଯମକରେ ପାଳନ ହେଉଛି ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଶୀତଳଷଷ୍ଠୀର ଯାତ୍ରା ବହୁତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି । ଶୀତଳଷଷ୍ଠୀର ପର୍ବ ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ପରମ୍ପରା। ଏହି ଉତ୍ସବ ପାଇଁ ଲୋକ ମାନେ ସହରକୁ ଅତ୍ୟନ୍ତ ସୁନ୍ଦର ଭାବରେ ସଜାଇଥାନ୍ତି। ଏହି ପ୍ରସିଦ୍ଧ ଯାତ୍ରାରେ ଦେବ ଦେବ ମହାଦେବଙ୍କ ସହିତ ଜଗତଜନନୀ ମାତା ପାର୍ବତୀଙ୍କ ଶୁଭ ବିବାହ ଅନୁଷ୍ଠିତ ହୋଇଛି। ଶହ ଶହ ଭକ୍ତଙ୍କ ଗହଣରେ ବରାତି ଶୋଭାଯାତ୍ରାରେ ମହାଦେବ ମାତା ପାର୍ବତୀଙ୍କ ହାତ ଧରିଛନ୍ତି।

ବିବାହକାର୍ଯ୍ୟରେ ବେଦୀରେ ବରବେଶୀ ଶିବ ଓ ନବବଧୂ ପାର୍ବତୀ ବିରାଜମାନ ଅଛନ୍ତି । ଦେବଦମ୍ପତିଙ୍କ ଶୁଭ ବିବାହ ସଂପୂର୍ଣ୍ଣ ଲୋକାଚାର ରିତିନିତିରେ ସମାପନ ହୋଇଯାଇଛି। ମହାଦେବ ଏବଂ ମାତା ପାର୍ବତୀଙ୍କ ଶୁଭ ପରିଣୟରେ ସାମିଲ ହୋଇ ଶତାଧିକ କଲାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶୀତଳଷଷ୍ଠୀର ଯାତ୍ରା ଅବସରରେ ସହରର ମୁଦିପଡାର ଯାଗେଶ୍ୱର ବାବା, ଝାଡୁଆପଡାର ଲୋକନାଥ ବାବା, ନନ୍ଦପଡାର ବାଲୁଙ୍କେଶ୍ୱର ବାବା, ବଡବଜାରର ଶୀତଲେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବା, ସାଲିଆବଗିଚାର ରାମେଶ୍ୱର ବାବା, ଦୁର୍ଗାପାଲିର ଗୁଡେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବାଙ୍କ ସମେତ ସବୁ ଯାତ୍ରା କମିଟି ଲୋକଙ୍କ ଦ୍ୱାରା ଶିବବିବାହଟି ସଂପୂର୍ଣ୍ଣ ଲୋକାଚାର ନିତିରେ ସମାପିତ ହୋଇଛି।

Get real time updates directly on you device, subscribe now.