fbpx

ଏମର୍ଜେନ୍ସିଠୁ ଭୟଙ୍କର ସାମ୍ପ୍ରତିକ ସମୟ; ମମତା କହିଲେ………

ନୂଆଦିଲ୍ଲୀ: ଦେଶରେ ଗଣତନ୍ତ୍ର ବିପଦରେ ରହିଛି । ଜରୁରୀକାଳୀନ ପରସ୍ଥିତିରେ ଯେଉଁଭଳି ଭାବରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ପୁନର୍ବାର ସେହିଭଳି ସିମୟ ଉପନୀତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପେଗାସସ ସ୍ପାଏ ୱେୟାରକୁ ନେଇ ପୁନର୍ବାର ସରକାରଙ୍କ ପ୍ରତି ନିଜ ଆକ୍ରମଣକୁ ଶାଣିତ କରିଛନ୍ତି ମମତା । ବୁଧବାର ପେଗାସସ ଆଡରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ମମତା । ଇନ୍ଦିରା ଗାନ୍ଧୀଙ୍କ ସମୟର ଜରୁରୀକାଳୀନ ପରସ୍ଥିତି ଠାରୁ ବର୍ତ୍ତମାନର ପରସ୍ଥିତି ଅଧିକ ବିପନ୍ନ ହୋଇପଡିଛି ।

ଦେଶରେ ସମସ୍ତ ବିପକ୍ଷ ଦଳର ସଦସ୍ୟଙ୍କ ଉପରେ ସରକାର ନଜର ରଖୁଛନ୍ତି । ସମସ୍ତ ବିପକ୍ଷ ଦଳର ବ୍ୟକ୍ତିଗତ ଗୋପନୀୟତା ବର୍ତ୍ତମାନ ସରକାରଙ୍କ ହାତର କଣ୍ଢେଇ ପାଲଟି ଯାଇଛି । ଏହି ପେଗାସସ ଦ୍ୱାରା ଆମର ସୁରକ୍ଷା ବର୍ତ୍ତମାନ ସଙ୍କଟରେ ରହିଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯିବା ଅବସରରେ ଏଭଳି ମତ ରଖିଛନ୍ତି ଟିଏମସି ମୁଖିଆ ମମତା ବାନାର୍ଜୀ । ମୋ ଫୋନ୍ ଟ୍ୟାପ୍ କରାଯାଇଛି, ପୂର୍ବରୁ ଅଭିଷେକର ଫୋନ୍ ମଧ୍ୟ ଟ୍ୟାପ ହୋଇଥିଲା । ଏପରିକି ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କ ଫୋନ ମଧ୍ୟ ଟ୍ୟାପ କରାଯାଇଥିବା ନେଇ କହିଛନ୍ତି ମମତା । ଏହି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ଏକ କମିଟି ଗଠନର ଦାବି କରିଛନ୍ତି ମମତା ବାନାର୍ଜୀ ।

Get real time updates directly on you device, subscribe now.