fbpx

ଭ୍ୟାକ୍ସିନ୍ ନେବା ପରେ ହଠାତ୍ ୬ ଜଣଙ୍କ ମୃତ୍ୟୁ

ପ୍ରାଗ୍, ୧୪ା୫: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ରୋଚକ ତଥ୍ୟ ସାମନାକୁ ଆସୁଛି । ଭ୍ୟାକ୍ସିନକୁ ଲୋକମାନେ ଶେଷ ଭରସା କରିଥିବା ବେଳେ ଏନେଇ ଏକ ନୂଆ ଖବର ଆସିଛି । ଚେକ୍ ରିପବ୍ଲିକରେ ଭ୍ୟାକ୍ସିନ ନେବା ପରେ ହଠାତ୍ ୬ ଜଣଙ୍କ ମୃତ୍ୟୁ ଘଟିଛି । ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରଗ କଣ୍ଟ୍ରୋଲ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ଜଣାପଡ଼ିଛି । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଫାଇଜର, ମଡର୍ଣ୍ଣା, ଏଷ୍ଟ୍ରାଜେନେକା ଓ ଜନସନ୍ ଆଣ୍ଡ ଜନସନ ଆଦି କମ୍ପାନୀର କରୋନା ରୋଧୀ ଭ୍ୟାକ୍ସିନ ଦିଆଯାଉଛି । ଟିକାକରଣ ସମୟରେ ଅଧିକାଂଶ ଲୋକଙ୍କୁ ଫାଇଜର କମ୍ପାନୀ ଦ୍ୱାରା ବିକଶିତ ଟିକା ପ୍ରଦାନ କରାଯାଉଛି । ତେବେ ଏହି ମୃତ୍ୟୁ ଖବର ଲୋକଙ୍କ ମଧ୍ୟରେ ଟିକାକରଣ ନେଇ ଭୟ ସୃଷ୍ଟି କରାଇଛି ।

Get real time updates directly on you device, subscribe now.