fbpx

E-Bike ଚାର୍ଜ କରୁକରୁ ଶୋ’ ରୁମରେ ଲାଗିଗଲା ନିଆଁ, ଚାଲିଗଲା ୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଛି ବୈଦ୍ୟୁତିକ ବାଇକ୍ । ଇ-ବାଇକକୁ ଚାର୍ଜ କରାଯାଉଥିବା ସମୟରେ ଅଚାନକ ଶୋ’ ରୁମରେ ନିଆଁ ଲାଗିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଜଣ ଲୋକ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

ଗତକାଲି ବିଳମ୍ବିତ ରାତ୍ରିରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏହି ଘଟଣା ଘଟିଥିଲା । ଶର୍ଟ ସର୍କିଟ୍ କାରଣରୁ ସିକନ୍ଦରାବାଦର ପାସପୋର୍ଟ ଅଫିସ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଶୋ’ ରୁମର ଉପରେ ଏକ ଲଜ ରହିଥିବା ବେଳେ ସେଠାରେ ଅନେକ ଲୋକ ଫସିଯାଇଥିଲେ । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ତାମିଲନାଡ଼ୁରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା । ପୋରୁର-କୁନ୍ଦରାତୁର ସ୍ଥିତ ଏକ ଶୋ’ ରୁମରେ ଜଣେ କଷ୍ଟମର ନିଜର ଇ-ବାଇକର ବ୍ୟାଟେରୀ ଚାର୍ଜ କରିବାକୁ ନେଇଥିବା ବେଳେ ଅଚାନକ ନିଆଁ ଲାଗିଯାଇଥିଲା । ପରେ ସାରା ଶୋ’ ରୁମକୁ ନିଆଁ କବଳିତ କରିନେଇଥିଲା । ଫଳରେ ୫ଟି ନୂଆ ଓ ୧୨ଟି ପୁରୁଣା ଇ-ସ୍କୁଟର ଜଳିଯାଇଥିଲା ।

Get real time updates directly on you device, subscribe now.