fbpx

୪୫ ଡିଗ୍ରୀ ଖରାରେ ପାଦରେ ଚାଲି ଚାଲି ଗଲେ ୨୫ କିଲୋମିଟର, ତଥାପି ପାଣି ମିଳିଲା ନାହିଁ, ଆଈ ହେଲେ ବେହୋସ୍, କିନ୍ତୁ ୬ ବର୍ଷର ନାତୁଣୀ….

ଜୟପୁର: ଭାରତବର୍ଷରେ ଆଜି ବି ଲୋକମାନେ ପାଣି ବିନା ଛଟପଟ ହେଉଛନ୍ତି, ତାହାର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଆଈ ଓ ନାତୁଣୀ ଦୁଇଜଣ ୨୫ କିଲୋମିଟର ପାଦରେ ଯାତ୍ରା କରିବା ପରେ ମଧ୍ୟ ପାଣି ମୁନ୍ଦିଏ ନ ପାଇବା ନିହାତି ଦୁଃଖର କଥା । ଶେଷରେ ୬୦ ବର୍ଷୀୟା ଆଈ ୪୫ ଡିଗ୍ରୀ ଖରାର ପ୍ରକୋପରେ ବେହୋସ୍ ହୋଇପଡ଼ିବା ସହ ୬ ବର୍ଷର ନାତୁଣୀ ସବୁଦିନ ପାଇଁ ଆଖି ବୁଜି ଦେଇଛି ।

ରାଜସ୍ଥାନର ଜାଲୌର ଜିଲ୍ଲାର ରାନିବାଡ଼ା ଅଞ୍ଚଳରେ ଏହି ଦୁଃଖଭରା ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ପାଣି ପିଇବାକୁ ଦେବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହାସହ ୬ ବର୍ଷୀୟ ନାତୁଣୀର ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଲକଡାଉନ୍ ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଦୁହେଁ ୨୫ କିମି ଦୂର ବାଟ ପାଦରେ ଚାଲିଚାଲି ଥକି ପଡ଼ିଥିଲେ । ଭୀଷଣ ଖରା ସକାଶେ ଆଖପାଖରେ କେହି ଦେଖିବାକୁ ମିଳିନଥିଲେ । ଫଳରେ ପ୍ରବଳ ଖରାରେ ଆଈ ବେହୋସ୍ ହୋଇପଡ଼ିବା ସହ ନାତୁଣୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.