fbpx

ବସି-ବସି ଶୋଇବା ଦ୍ୱାରା ହୋଇପାରେ ଆପଣଙ୍କ ମୃତ୍ୟୁ, ଜାଣନ୍ତୁ ଏହାର ଲାଭ ଓ କ୍ଷତି

ନୂଆଦିଲ୍ଲୀ: ଅଫିସର କାମ କରୁଥିବା ବେଳେ ବେଳେ ନିଦ ଆସିଥାଏ, ଫଳରେ ଅନେକ ଲୋକ ସିଟରେ ବସି ବସି ଶୋଇପଡନ୍ତି । ଥକ୍କା ଲାଗିବା ଦ୍ୱାରା ବା ଅନିଦ୍ରା ହେବା କାରଣରୁ ବସିଥିବା ସମୟରେ ନିଦ ଆସିଥାଏ, ଯାହାକୁ ଅଟକାଇବା ଅସମ୍ଭବ ହୋଇଥାଏ । କିନ୍ତୁ ବସି ବସି ଶୋଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଓ ଶୋଇବା ଉପରେ ପ୍ରଭାବ ପକାଇଥାଏ । ଏହା ଶରୀର ପାଇଁ ଲାଭଦାୟକ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଫାଇଦା ଓ କ୍ଷତି ବିଷୟରେ…
ବସି ବସି ଶୋଇବାର କିଛି ଫାଇଦା

– ଗର୍ଭବତୀ ମହିଳାମାନେ ସର୍ବଦା ନିଜ ପେଟ ପାଇଁ ଉପଯୁକ୍ତ ଓ ଆରାମଦାୟକ ପୋଜିସନ୍ ଖୋଜିବାକୁ ସଂଘର୍ଷ କରିଥାନ୍ତି । ବସି –ବସି ଶୋଇବା ଦ୍ୱାରା ସେମାନଙ୍କ ପେଟକୁ ଆରାମ ମିଳିବା ସହ ଏହା ତାଙ୍କୁ ସାହାରା ଦେଇଥାଏ ।

-ବସି ବସି ଶୋଇବା ଦ୍ୱାରା ଏହା ସ୍ଲିପ୍ ଏପନିଆର ଲକ୍ଷଣକୁ କମ୍ କରିଥାଏ । ଏଥିରେ ପୀଡିତ ଲୋକଙ୍କୁ ଏହା ଅନେକ ଫାଇଦା ଦେଇଥାଏ । ଏହା ମୁଣ୍ଡର ଉଚ୍ଚ ସ୍ଥିତି ଯୋଗୁଁ ହୋଇଥାଏ ।

-ବସିବା ଦ୍ୱାରା ଏସୋଫାଗସ୍ କାର୍ଯ୍ୟକୁ ସହାୟତା ମିଳିଥାଏ । ଏହି କାରଣରୁ ପାକସ୍ଥଳୀରେ ସମସ୍ୟା ବା ହଜମ ପ୍ରକ୍ରିୟାରେ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ବସି ବସି ଶୋଇବା ଦ୍ୱାରା ଫାଇଦା ହୋଇଥାଏ ।

କ୍ଷତି:

– ଅନେକ ସମୟ ଧରି ବସି ବସି ଶୋଇବା ଦ୍ୱାରା ପିଠିରେ ଯନ୍ତ୍ରଣା ହୋଇପାରେ । ଏକ ଅସ୍ୱାସ୍ଥ୍ୟକର ଅବସ୍ଥାରେ ବସିବା ଦ୍ୱାରା ଆପଣ ପରେ ଏହାର କଷ୍ଟ ଅନୁଭବ କରିପାରନ୍ତି ।

– ଗତିଶୀଳତାର ଅଭାବ ଓ ଅଧିକ ସମୟ ଗୋଟିଏ ଅବସ୍ଥାରେ ବସିବା କାରଣରୁ ଗଣ୍ଠିରେ ସମସ୍ୟା ସୃଷ୍ଟି ହୋଇପାରେ ।

– ଏହା ସହ ଅଧିକ ସମୟ ଗୋଟିଏ ପୋଜିସନରେ ବସିବା ଦ୍ୱାରା ଧମନୀରେ ରକ୍ତ ପ୍ରବାହ ଅବରୋଧ ହୋଇଥାଏ । ଫଳରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ ।

ତେବେ ଶୋଇବା ବେଳେ ସମୟ ଜଣାପଡିନଥାଏ । ଅଧିକ ସମୟ ବସି ରହିବା ଦ୍ୱାରା ଶିରା ଥ୍ରୋମ୍ବୋସିସ୍ ହେବାର ଆଶଙ୍କା ରହିଥାଏ । ଏହା ଦ୍ୱାରା ଗୋଡ ବା ଜଙ୍ଘରେ ରକ୍ତ ଜମାଟ ବାନ୍ଧିଥାଏ । ଅଧିକ ସମୟ ଧରି ବସି ବସି ଶୋଇବା କାରଣରୁ ଏପରି ହୋଇପାରେ । ଏହା ଉପରେ ଧ୍ୟାନ ନଦେଲେ, ଏହାର ପରିମାଣ ଭୟଙ୍କର ହୋଇପାରେ । ଜରୁରୀକାଳୀନ ପରିସ୍ଥିତିରେ ବ୍ୟକ୍ତିର ମୃତ୍ୟୁ ବି ହୋଇପାରେ । ଡିଭିପି ବା ଗଭୀର ଶିରା ଥ୍ରୋମ୍ବାସିସର କିଛି ସାଧାରଣ ଲକ୍ଷଣ ହେଉଛି ହଠାତ୍ ଗୋଡ କିମ୍ବା ପାଦ ଯନ୍ତ୍ରଣା, ଚର୍ମ ଲାଲ୍ ପଡିବା, ଗୋଡ ବା ପାଦ କୁଣ୍ଡାଇ ହେବା ଓ ଚର୍ମରେ ଉଷ୍ମ ଅନୁଭବ ହେବା ।

Get real time updates directly on you device, subscribe now.