ଜରୁରୀ ଅବତରଣ ବେଳେ ଖସିପଡ଼ିଲା ବିମାନ, ରାଉରକେଲାରୁ ଭୁବନେଶ୍ଵର ଆସିବା ବେଳେ ଘଟିଲା ବଡ଼ ଦୁର୍ଘଟଣା  

ଜରୁରୀ ଅବତରଣ ବେଳେ ଖସିପଡ଼ିଲା ବିମାନ

ରାଉରକେଲା: ରାଉରକେଲା ରଘୁନାଥପାଲିରେ ଛୋଟ ଧରଣର ବିମାନ ଦୁର୍ଘଟଣା । ଜଲଦା ଏ ବ୍ଲକରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାର ୬ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ୯ ସିଟର ବିଶିଷ୍ଟ ଏହି ବିମାନଟି ରାଉରେକଲାରୁ ଭୁବନେଶ୍ବର ଆସୁଥିଲା । ମାତ୍ର ୧୦ କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ।

ତେବେ ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଛି।  ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।  ୪ ଯାତ୍ରୀ ଓ ୨ କ୍ରିଉ ମେମ୍ବର ଆହତ ହୋଇଥିବା ସୂଚନା ମିଳିଛି ।  ସେପଟେ ଖବର ମିଳିବା ପରେ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ଉଦ୍ଧାରକାରୀ ଦଳ ଓ ଅଗ୍ନିଶମବାହିନୀ ।

ଏହା ସେସନା ଗ୍ରାଣ୍ଡ caravan ex ବିମାନ ୧୨ ଓ ୨ ଜଣ କ୍ରୁ ମେମ୍ବରକୁ ନେଇ ରାଉରକେଲା ଆସୁଥିଲା। ୧. ୧୮  ମିନିଟ ରେ ATC କୋଲକାତାର ରାଡାରରେ ଅସ୍ତବ୍ୟସ୍ତ ଦେଖାଇଲା। ଇଣ୍ଡିଆ one air ଯୋଜନାରେ ଏହା ରାଉରକେଲାକୁ ଉଡ଼ାଣ କରିଥିଲା। ତେବେ ମଧ୍ୟାହ୍ନ ୧.୪୦ ମିନିଟ୍‌ରେ ଜରୁରୀ ଅବତରଣ କରିଥିଲା । କହିରଖୁଛୁ ଯେ, ଦୁର୍ଘଟଣାରେ ମୃତାହତର କୌଣସି ସୂଚନା ମିଳିନାହିଁ। କିନ୍ତୁ କୋଲକାତା ଏଟିସି ପକ୍ଷରୁ ଏହାର ଚଳନ ନେଇ ଜିଲାପାଳଙ୍କୁ ସୂଚନା ଦିଆଯାଇଥିଲା ବୋଲି କୁହାଯାଇଛି ।