fbpx

କାଚ ବୋତଲ ଭିତରେ ହକି ବିଶ୍ଵକପ୍ ଟ୍ରଫି, ପୁଣି ଚର୍ଚ୍ଚାରେ ସୁକ୍ଷ୍ମ କଳାକାର ଏଲ୍. ଈଶ୍ବର ରାଓ

ଭୁବନେଶ୍ୱର: ବାସ ହାତରେ ଆଉ ଗୋଟିଏ ଦିନ । ଏହା ପରେ ଆରମ୍ଭ ହେବ ହକି ମହାକୁମ୍ଭ । ଚାଲିବ ଲଢ଼େଇ ଆଉ ଏହା ପାଇଁ ଚାହିଁ ବସିଛନ୍ତି ସାରା ଦେଶର ଲୋକ। କିନ୍ତୁ ଓଡିଶାବାସୀ ଏଥିପାଇଁ ଟିକିଏ ଅଧିକ ତତ୍ପର ଅଛନ୍ତି । କାରଣ ଚଳିତ ଥର ହକି ମହାକୁମ୍ଭ ଓଡିଶା ଆୟୋଜନ କରୁଛି । ଓଡିଶା ପାଇଁ ଏହା ଗର୍ବ ଆଉ ଗୌରବର ବିଷୟ ହେଉଛି ଯେ ଦ୍ୱିତୀୟ ଥର ପାଇଁ ଓଡିଶା ହକି ବିଶ୍ୱକପ ଆୟୋଜିତ କରୁଛି । ତେବେ ଗତକାଲି ବଡ ଧୁମଧାମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଳନ ହୋଇ ଯାଇଛି । ଏହା ଭିତରେ ହକିର କ୍ଷୁଦ୍ରତ୍ତମ ହକି ବିଶ୍ୱକପ୍‌ ପ୍ରତିକୃତି ବନେଇ ଚର୍ଚ୍ଚାରେ ଏଲ୍. ଈଶ୍ବର ରାଓ । ଦୃଷ୍ଟିରେ ରଖି ବୋତଲ ଭିତରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ଥାନ ଦେଇଛନ୍ତି ଜଟଣୀ ହାଟ ବଜାର ଅଞ୍ଚଳର ସୁକ୍ଷ୍ମ କଳାକାର ଏଲ୍. ଈଶ୍ବର ରାଓ । ତେବେ ଏହା ତାଙ୍କର ପ୍ରଥମ କଳାକୃତି ନୁହେଁ , ଅତୀତରେ ବହୁ କ୍ରୀଡ଼ା ମହୋତ୍ସବ ତଥା କ୍ରୀଡ଼ାବିତ୍‌ଙ୍କ ସଫଳତାକୁ କାଚ ବୋତଲ ଭିତରେ ସ୍ଥାନ ଦେଇ ଲୋକପ୍ରିୟତା ସାଉଣ୍ଟିଛନ୍ତି ଈଶ୍ବର। ତେବେ ସେ ନିର୍ମାଣ କରିଥିବା ଟ୍ରଫି ହକି ବିଶ୍ୱକପ୍ ର କ୍ଷୁଦ୍ରତମ ପ୍ରତିକୃତି ବୋଲି ସେ ଦାବି କରିଛନ୍ତି । ବୋତଲରେ ଟ୍ରଫି ରଖି ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୧୬ଟି ଯାକ ଦଳକୁ ସେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାମୁତାବକ ୭୫୦ ଗ୍ରାମ୍ ବୋତଲ ଭିତରେ ୪ ଇଞ୍ଚର ପଥରରେ ହକି ବିଶ୍ଵକପ୍ ଟ୍ରଫି ସେ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସେ ପଥର, ରିଫିଲ ଓ ଗ୍ଲିଟ୍‌ର ପେପର ବ୍ୟବହାର କରିଥିବା ବେଳେ ଏଥିପାଇଁ ତାଙ୍କୁ ୮ ଦିନ ସମୟ ଲାଗିଛି ବୋଲି ସେ କହିଛନ୍ତି । ଟ୍ରଫିକୁ ଭାଗ ଭାଗ କରି ବୋତଲ ଭିତରେ ପ୍ରବେଶ କରିଛନ୍ତି। ଏଥିସହ ପେନ୍‌ସିଲ୍ ମୁନରେ ଅଧ ଇଞ୍ଚର ହକି ବିଶ୍ୱକପ୍ ନିର୍ମାଣ କରିଛନ୍ତି। ତେବେ ଭାରତ ବିଶ୍ୱକପ୍‌ରେ ଜିତୁ ବୋଲି ଈଶ୍ଵର ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଭାରତ ବିଜୟ ହେଲେ ଟିମ୍ ସହ ଆଉ ଏକ କ୍ଷୁଦ୍ରତମ ପ୍ରତିକୃତି ପ୍ରସ୍ତୁତ କରିବେ ବୋଲି ଈଶ୍ବର କହିଛନ୍ତି । ଏହା ସହ ସେ ସବୁ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.