fbpx

ଟିକାକରଣ ପାଇଁ ଆଜି ଯିବ SMS

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ୧୬ରେ ଟିକାକରଣକୁ ନେଇ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଟିକାକରଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ‘ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ SMS ଯିବ । କେଉଁଠି ଓ କେତେବେଳେ ଟିକା ନେବେ, ତାହା SMS ଜରିଆରେ ସୂଚନା ଦିଆଯିବ । ୪୧ଟି ଡିପ୍ ଫିଜର ଆସି ପହଞ୍ଚିଛି, ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ପ୍ରତ୍ୟେକ ଜିଲ୍ଲା, କୋଲ୍ଡ ଚେନ୍ ପଏଣ୍ଟରେ ଟିକା ପହଞ୍ଚିଯାଇଛି । ୧ ଡୋଜର ୪୨ ଓ ୨ୟ ଡୋଜର ୧୪ ଦିନ ପରେ ଆଣ୍ଟିବଡି ତିଆରି ହେବ । ତେଣୁ ପ୍ରଥମ ଡୋଜ୍ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବନି ।’

Get real time updates directly on you device, subscribe now.