fbpx

Meta ଦେଲା ନୂଆ ଜୀବନ: Live ସୁଇସାଇଡ୍ କରୁଥିଲେ ଯୁବକ, ସୋସିଆଲ ମିଡ଼ିଆ ସାଜିଲା ଦେବଦୂତ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆ ମଣିଷର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ତେବେ ଏପରି ସ୍ଥିତିରେ ଅନେକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଲାଇଭ ସୁଇସାଇଡ୍ କରିବାକୁ ପ୍ରୟାସ କରିଥାନ୍ତି । ଏଭଳି ଅନେକ ଲୋକଙ୍କ ମୃତ୍ୟୁ ବେଳର ଦୃଶ୍ୟ ମଧ୍ୟ ରେକର୍ଡ ହୋଇଛି । ତେବେ ଏହା ମଧ୍ୟରେ ଜଣେ ବ୍ୟକ୍ତି ଏପରି ହୀନ ପ୍ରୟାସ କରୁଥିବା ବେଳେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ପାଇଁ ତାଙ୍କର ଜୀବନ ବଞ୍ଚି ପାରିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଗାଜିଆବାଦ ସହରର ବିଜୟନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଜଣେ ଯୁବକ ଅଚାନକ ଫେସବୁକରେ ଲାଇଭ ଆସି ଫାଶୀ ଲଗାଇବାକୁ ଯାଉଥିଲେ । ଯୁବକଙ୍କ ଜଣଙ୍କ ତାଙ୍କ ବେକରେ ଫାଶୀ ଲଗାଇବାର ସମସ୍ତ ପ୍ରସ୍ତୁତି କରିସାରିଥିଲେ । ସେ ଛାତର ପଙ୍ଖାରେ ଏକ ଚାଦର ବାନ୍ଧି ତା’ ତଳେ ଏକ ଚେୟାର ରଖିଥିଲେ ।

ଯୁବକ ଜଣଙ୍କ ସୁଇସାଇଡ୍ କରିବାକୁ ଯାଉଥିବା ନେଇ ଫେସବୁକ୍ ଲାଇଭରେ କହିଥିଲେ । ତେବେ ଏହି ଲାଇଭ୍ ଚାଲିଥିବା ସମୟରେ ଫେସବୁକ ଓ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ ମେଟାର କାଲିଫର୍ଣ୍ଣିଆ ସ୍ଥିତ ହେଡକ୍ୱାର୍ଟର ପକ୍ଷରୁ ଯୁବକଙ୍କ ଲୋକେସନ ଟ୍ରାକ କରାଯିବା ସହିତ ୟୁପି ପୋଲିସକୁ ସଙ୍ଗେସଙ୍ଗେ ଆଲର୍ଟ କରାଯାଇଥିଲା । ମେଟା ପକ୍ଷରୁ ୟୁପି ଡିଜିପିଙ୍କ ଅଫିସକୁ ଏକ ଇ-ମେଲ ପଠାଯାଇଥିଲା । ଏହି ଇ-ମେଲ ପାଇବା ପରେ ପୋଲିସ ଉକ୍ତ ଯୁବକଙ୍କ ଲୋକେସନ ଟ୍ରେସ କରି ତାଙ୍କୁ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.