fbpx

ପୃଥିବୀ ଆଡ଼କୁ ଆସିପାରେ ଭୟଙ୍କର Solar Storm, ଠପ୍ ହୋଇଯିବ ବିଶ୍ୱର ଇଣ୍ଟରନେଟ୍ ସିଷ୍ଟମ୍

ନୂଆଦିଲ୍ଲୀ: ଭବିଷ୍ୟତରେ ଏପରି ଏକ ସୌର ଝଡ ବା Solar Storm ଆସିପାରେ, ଯାହା ଫଳରେ ସମଗ୍ର ପୃଥିବୀ ବା ପୃଥିବୀର କିଛି ଅଂଶରୁ ଇଣ୍ଟନେଟ୍ ସେବା ଠପ୍ ହୋଇପାରେ । ଏପରି ଘଟିବା ଦ୍ୱାରା ଅନେକ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ଓ କେତେକ ଦେଶ ପୂରା କଙ୍ଗାଳ ହୋଇଯିବ । କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ସଙ୍ଗୀତ ଅବଦୁ ଜ୍ୟୋତି ଏହି ଚେତାବନୀ ଦେଇଛନ୍ତି ।

ଇନଷ୍ଟା ବମ୍ପର ରିପୋର୍ଟ ଅନୁସାରେ, ଭାରତୀୟ ମୂଳର ଅନୁସନ୍ଧାନକାରୀ ସଂଗୀତ ଅବଦୁ ଜ୍ୟୋତି Solar Storm ଉପରେ ଅଧ୍ୟୟନ କରିଛନ୍ତି । ଭବିଷ୍ୟତରେ ଏପରି ଭୟଙ୍କର Solar Storm ଆସିବ, ଯେଉଁଥିରେ ବିଶ୍ୱର ଇଣ୍ଟରନେଟରେ ପ୍ରଳୟ ଆସିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଅର୍ଥାତ୍ ସମଗ୍ର ବିଶ୍ୱର ଇଣ୍ଟରନେଟ୍ ବନ୍ଦ ହୋଇପାରେ ।

ଅଧ୍ୟୟନ ଅନୁସାରେ, ଏହି Solar Stormର ପ୍ରଭାବ ସମୁଦ୍ରରେ ବ୍ୟାପିଥିବା ଇଣ୍ଟରନେଟ୍ କେବୁଲ ଉପରେ ପଡିପାରେ । ଏହି କେବୁଲଗୁଡ଼ିକ ବିଶ୍ୱର ବିଭିନ୍ନ ଦେଶକୁ ସଂଯୋଗ କରିଥାଏ । ଏହି ସମୁଦ୍ର କେବୁଲରେ କରେଣ୍ଟ୍ର ପ୍ରବାହକୁ ବଜାୟ ରଖିବା ପାଇଁ ରିପିଟର୍ସ ଲଗାଯାଇଛି, ଯାହାକି Solar Storm ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । Solar Storm ଆସିବା ଦ୍ୱାରା ଏହି ରିପିଟର୍ସର ଅବସ୍ଥା ଖରାପ ହୋଇପାରେ । ଏହା ବନ୍ଦ ବି ହୋଇପାରେ । ଏଭଳି ପରିସ୍ଥିତିରେ କେବୁଲରେ ଥିବା କରେଣ୍ଟ ବନ୍ଦ ହେବା ମାତ୍ରେ ବିଶ୍ୱରେ ଇଣ୍ଟରନେଟ୍ ନେଟୱାର୍କ ଅଫଲାଇନ୍ ହୋଇଯିବ ।

Get real time updates directly on you device, subscribe now.