fbpx

ସରୋଗେସି ମଦର କେମିତି ହୁଅନ୍ତି? ଭ୍ରାନ୍ତ ଧାରଣା ଓ ସତ ବିଷୟରେ ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ସରୋଗେଟ୍ ମଦର ବା ଜେଷ୍ଟସନଲ୍ କେରିଅର୍ ଭଳି ବିକଳ୍ପ ପନ୍ଥାକୁ ଦମ୍ପତି କାହିଁକି ପସନ୍ଦ କରନ୍ତି? କେବଳ ବନ୍ଧ୍ୟାଦୋଷ ଏହାର ଏକମାତ୍ର କାରଣ ନୁହେଁ । ବରଂ ଅନ୍ୟାନ୍ୟ ରୋଗର ଶିକାର ହୋଇଥିବା ଦମ୍ପତିଙ୍କ ମଧ୍ୟ ସରୋଗେଟ୍ ଏକ ବରଦାନ ସଦୃଶ । ଯେଉଁମାନେ ଅନ୍ୟାନ୍ୟ କାରଣରୁ ମାତା-ପିତା ହେବା ସୌଭାଗରୁ ବଞ୍ଚିତ ହୁଅନ୍ତି, ସେମାନେ ମଧ୍ୟ ଏହି ଉପାୟ ଆପଣାଇଥାନ୍ତି । ତେବେ ସରୋଗେସିକୁ ନେଇ ଅନେକ ଭ୍ରାନ୍ତ ଧାରଣା ମଧ୍ୟ ଲୋକଧ୍ରହିଛି । କିନ୍ତୁ ତାହା ଆଦୌ ଠିକ୍ ନୁହେଁ ।

ଭ୍ରାନ୍ତ-୧: ସରୋଗେସି ସନ୍ତାନ ମା’-ବାପାଙ୍କ ଅଂଶ ହୁଅନ୍ତିନି

ସତ: ସରୋଗେସି ଦୁଇ ପ୍ରକାର ହୋଇଥାଏ-ଜେଷ୍ଟେସନାଲ୍ ଓ ଟ୍ରାଡିସିନାଲ ସରୋଗେସି । ଜେଷ୍ଟେସନାଲ୍ରେ ପିତାଙ୍କ ସ୍ପର୍ମ ଓ ମାତାଙ୍କ ଶୁକ୍ରାଣୁକୁ ସରୋଗେଟ୍ ମହିଳାଙ୍କ ୟୁଟ୍ରସ୍ରେ ପ୍ରତିରୋପଣ କରାଯାଏ, ଯେଉଁଥିରେ ଶିଶୁ ନିକଟରେ ଦମ୍ପତିଙ୍କ ଡିଏନଏ ରହିଥାଏ । କିନ୍ତୁ ଟ୍ରାଡିସନାଲ୍ ସରୋଗେସିରେ କେବଳ ପିତାଙ୍କ ସ୍ପର୍ମ ପ୍ରତିରୋପଣ କରାଯାଏ, ଫଳରେ ଶିଶୁଟିର ଜେନେଟିକ୍ ସମ୍ପର୍କ କେବଳ ପିତାଙ୍କ ସହ ହୋଇଥାଏ ।

ଭାନ୍ତ-୨: ସରୋଗେସି ପାଇଁ ଶାରୀରିକ ସମ୍ପର୍କ ରଖିବା ଜରୁରୀ

ସତ: ସରୋଗେସିର ଅର୍ଥ ଅନ୍ୟ କାହାର ସନ୍ତାନକୁ ନିଜ ଗର୍ଭରେ ପାଳନ କରିବା । ଆଇଭିଏଫ୍ ଟେକନିକ୍ ଦ୍ୱାରା ପିତାଙ୍କ ସ୍ପର୍ମ ଓ ମା’ଙ୍କ ଶ୍ରୁକ୍ରାଣୁକୁ ସରୋଗେଟ୍ ମହିଳାଙ୍କ ୟୁଟ୍ରସରେ ସ୍ଥାନିତ କରାଯାଏ । ଏଥିପାଇଁ ସରୋଗେଟ୍ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଅନାବଶ୍ୟକ ।

ଭାନ୍ତ-୩: ଦମ୍ପତି କେବଳ ଫେସନ୍ ପାଇଁ ଏଭଳି ବିକଳ୍ପ ପସନ୍ଦ କରନ୍ତି

ସତ: ଏହା ଆଦୌ ଠିକ୍ ନୁହେଁ, ଦୁନିଆରେ ଏମିତି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ବନ୍ଧ୍ୟାଦୋଷରୁ କିମ୍ବା ଅନ୍ୟ କୌଣସି ରୋଗ କାରଣରୁ ସନ୍ତାନ ସୁଖରୁ ବଞ୍ଚିତ ରହିଥାନ୍ତି । ଫଳରେ ସେମାନେ ସରୋଗେଟ୍ ମା’ର ସାହାଯ୍ୟ ନେଇ ସନ୍ତାନ ସୁଖ ଲାଭ କରିଥାନ୍ତି ।

ଭ୍ରାନ୍ତ-୪: ଯେକୌଣସି ମହିଳା ସରୋଗେଟ୍ ମା’ ହୋଇପାରିବେ

ସତ: ଏହା ସମ୍ପୂର୍ଣ୍ଣ ମିଥ୍ୟା । ସରୋଗେଟ୍ ମା’ ପାଇଁ ମହିଳାଙ୍କ ବୟସ ୩୫ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ସେହିପରି ଗର୍ଭଧାରଣ ପାଇଁ ସ୍ୱାସ୍ଥ୍ୟ ଠିକ୍ ଥିବା ଆବଶ୍ୟକ । ଏଥିସସହ ସରୋଗେଟ୍ ମା’ ହେବା ପାଇଁ ସମ୍ପୃକ୍ତ ମହିଳା ବିବାହିତ ହୋଇଥିବା ଜରୁରି ଏବଂ ଏଥିସହ ତାଙ୍କର ଅତି କମ୍ରେ ଗୋଟିଏ ସନ୍ତାନ ଥିବା ଦରକାର ।

ଭ୍ରାନ୍ତ-୫: ସରୋଗେସି ୧୦୦% ସଫଳ ହେଉଛି

ସତ: ସରୋଗେସି ୟୁଟ୍ରସ୍ ସମସ୍ୟାକୁ ସମାଧାନ କରିଥାଏ କିନ୍ତୁ ପୁରୁଷର ସ୍ପର୍ମ ଓ ମହିଳାଙ୍କ ଶୁକ୍ରାଣୁ ଜନିତ ଗ୍ୟାରେଣ୍ଟି ଦେଇନଥାଏ । ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ ଆଇଭିଏଫ୍ ଟେକନିକ୍ ୯୫ ପ୍ରତିଶତ ସଫଳ ହେଉଛି ।

 

Get real time updates directly on you device, subscribe now.