fbpx

ତଣ୍ଟି ବସି ଯାଇଥିଲେ କଣ କରିବେ ? ଜାଣନ୍ତୁ

ଅତ୍ୟଧିକ ଥଣ୍ଡା ଜିନିଷ ଖାଇବା ବା ପାଗ ପରିବର୍ତ୍ତନ ହେବ ଦ୍ଵାରା ଅଧିକାଂଶ ଲୋକଙ୍କର ତଣ୍ଟି ବସି ଯାଇଥାଏ । ଏହି ସମସ୍ୟା ହେଲେ ଲୋକମାନେ ଠିକ୍ ଭାବରେ ଖାଇ ନପାରିବା ସହ କଥା ମଧ୍ୟ ହୋଇ ପାରନ୍ତି ନାହିଁ । ତଣ୍ଟି ବସିବା ପରେ ଶୀଘ୍ର ଠିକ୍ ହେବାର ନାଁ ନେଇ ନଥାଏ । ଯାହା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି । କିନ୍ତୁ ଏହାକୁ ଭଲ କରିବାକୁ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ..

– ବସି ଯାଇଥିବା ତଣ୍ଟି ବା ତଣ୍ଟି ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ ମହୁ । ତଣ୍ଟି ବସିଥିବା ସମୟରେ ମହୁ ଖାଇବା ଦ୍ୱାରା କାଶ କମ ହେବା ସହ ତଣ୍ଟି ଦରଜ ମଧ୍ୟ କମ ହୋଇଥାଏ ।

– ତଣ୍ଟି ବସି ଯାଇଥିଲେ ଲୁଣ ପାଣିରେ ଗଳ ଗଳ କରନ୍ତୁ । ଉଷୁମ ପାଣି କରି ସେଥିରେ କିଛି ଲୁଣ ମିଶାଇ କିଛି ସମୟ ଗଳ ଗଳ କରନ୍ତୁ । ଦିନକୁ ୪-୫ଥର ଉଷୁମ ଲୁଣ ଗଳ ଗଳ କରିବା ପରେ ଆପଣଙ୍କ ଫରକ୍ ଜାଣି ପାରିବେ ।

– ତଣ୍ଟି ଦରଜ ହେଲେ ଗରମ ପାଣିରେ ବେକିଙ୍ଗ୍ ସୋଡ଼ା ମିଶାଇ ଗଳ ଗଳ କରନ୍ତୁ । ଗରମ ପାଣିର ବେକିଙ୍ଗ୍ ସୋଡ଼ା ମିଶାଇ ଗଳ ଗଳ କରିବା ଦ୍ୱାରା ଏହା ବ୍ୟାକ୍ଟେରିଆକୁ ନଷ୍ଟ କରି ଯାଇଥାଏ ।

– ତଣ୍ଟି ଦରଜ ହେଲେ ପୁଦିନା ପତ୍ରକୁ ପାଣିର ଫୁଟାଇ ଗଳ ଗଳ କରନ୍ତୁ । ଏପରି କରିବା ଦ୍ୱାରା ତଣ୍ଟି ଦରଜ ଭଳି ସମସ୍ୟା ଦୂର ହେବା ସହ ନିଶ୍ୱାସ ନେବା ସହଜ ହୋଇଥାଏ ।

Get real time updates directly on you device, subscribe now.