fbpx

(video)କେତେ ଯେ ଭୟଙ୍କର ହେଇପାରେ ପ୍ରକୃତି, ଭିଡ଼ିଓ ଦେଖିଲେ ଆପଣ ତାହା ଅନୁମାନ ଲଗେଇପାରିବେ

ଅଙ୍କାରା: ସୋମବାର ସକାଳେ ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିଆରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ପରେ ଅତି କମରେ ୧,୫୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଭୂକମ୍ପ ଯୋଗୁଁ ଏକ ବିରାଟ ଧ୍ୱଂସ ଘଟିଛି ଏବଂ ପ୍ରାୟ ୩୦୦୦ କୋଠା ନଷ୍ଟ ହୋଇଯାଇଛି। ମାତ୍ର କିଛି ସମୟ କ୍ଷଣିକରେ ଚାଲିଗଲା ଏତେ ଜୀବନ। ବର୍ତ୍ତମାନ ତୁର୍କୀ ଭୂକମ୍ପର କିଛି ଦୃଶ୍ୟ ଖୁବ ଭାଇରଲ ହେଉଛି । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

ତୁର୍କୀରେ ହୋଇଥିବା ଭୂକମ୍ପ ଏବଂ ଏହାର ପରବର୍ତ୍ତୀ ଘଟଣା ଦର୍ଶାଉଥିବା ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଆମେ ଏହିପରି କିଛି ଟି ଭିଡିଓ ଦେଖାଉଛୁ, ଯାହା ଦ୍ୱାରା ଆପଣ ନିଜେ ସେଠାର ସ୍ଥିତିର କିଛି ଧାରଣା ପାଇପାରିବେ ।ଅନ୍ୟ ଏକ ଭିଡିଓରେ, ଏକ ଛୋଟ ଝିଅକୁ ଏକ ଗଦା କଂକ୍ରିଟରୁ ଟାଣି ନିଆଯାଉଥିବା ଦେଖିବାକୁ ମିଳିଛି । ଉଦ୍ଧାର କର୍ମଚାରୀମାନେ ଏହି ଝିଅଟିକୁ ଆବର୍ଜନାରୁ ବାହାର କରିବା ପାଇଁ ଅନେକ ଘଣ୍ଟା କାମ କରୁଥିଲେ।

ଅନ୍ୟ ଏକ ଭିଡିଓରେ, ଏକ ଛୋଟ ଝିଅକୁ ଏକ ଗଦା କଂକ୍ରିଟରୁ ଟାଣି ନିଆଯାଉଥିବା ଦେଖିବାକୁ ମିଳିଛି । ଉଦ୍ଧାର କର୍ମଚାରୀମାନେ ଏହି ଝିଅଟିକୁ ଆବର୍ଜନାରୁ ବାହାର କରିବା ପାଇଁ ଅନେକ ଘଣ୍ଟା କାମ କରୁଥିଲେ।

ଏହି ସବୁ ଭିଡିଓ କ୍ଲିପ୍ ଦେଖିବା ପରେ ଅପାଙ୍କ ହୃଦୟ ଦୁଃଖରେ ଭରି ଆସିବ। ଦେଖନାତୁ କିପରି, ଜଣେ ପିତା ମୃତ ନବଜାତ ଶିଶୁକୁ ଆବର୍ଜନା ଭିତରୁ ବାହାର କରି କାନ୍ଦୁଛନ୍ତି। ବିପର୍ଯ୍ୟୟରେ ଚଟାଣ ତଳେ ପୋତି ହୋଇ ମୃତ୍ୟୁବରଣ କରିଥିବା ଶିଶୁକୁ ବାରମ୍ବାର ଚୁମ୍ବନ ଦେବା ପରେ ବାପା କାନ୍ଦୁଛନ୍ତି। ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।

ସୂଚନାମୁତାବକ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ପଡୋଶୀ ଦେଶ ସିରିଆରେ କୋଠା ଭୁଶୁଡ଼ିବା କାରଣରୁ ଅତି କମରେ ୩୮୬ ଜଣଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.