fbpx

CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି

ଭୁବନେଶ୍ଵର:ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି ଓ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି ।

ସୋମନାଥ ମହାନ୍ତି ଏୟାରପୋର୍ଟରେ ସଲମାନ୍‌ଙ୍କୁ ଅଟକାଇ ନିଜ ଦାୟିତ୍ୱ ପୂରା କରିଥିଲେ । ଏଣୁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । କିନ୍ତୁ ପରେ ତାଙ୍କ ମୋବାଇଲକୁ ସିଜ୍ କରାଯାଇଥିବା ନେଇ ମଧ୍ୟ ଖବର ଆସିଥିଲା । କାହିଁକି ନା ସେ ସଲମାନ୍ ଖାନ୍ ପ୍ରସଂଗରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ । ଯାହା ସିଆଇଏସ୍ଏଫ୍ ପ୍ରୋଟକଲ୍‌ର ଉଲ୍ଳଂଘନ । କୁହାଯାଇଥିଲା ଯେ, ଭବିଷ୍ୟତରେ ଏଭଳି ଭୁଲ୍ ନ କରିବା ନେଇ ତାଙ୍କ ମୋବାଇଲ୍ ସିଜ୍ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମାମଲା ନୂଆ ମୋଡ଼ ନେଇଛି ।

Get real time updates directly on you device, subscribe now.