fbpx

ଶ୍ୱଶୁର ଘରର ଜିଦ୍‌ ଯୋଗୁ ଜୀବନ ହାରିଲା ଜ୍ୱାଇଁ ! ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ

ମାଲକାନଗିରି (ଭାସ୍କର ନ୍ୟୁଜ୍‌): ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଦେଲେ ଜଣେ ଯୁବକ । ଶ୍ବଶୁର ଘରର ଜିଦ୍‌ ଯୋଗୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଛି । ପତ୍ନୀକୁ ତାଙ୍କ ପରିବାର ଲୋକେ ନ ଛାଡ଼ିବାରୁ କୀଟନାଶକ ପିଇ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଏମ୍‌ଭି-୯ ଗ୍ରାମରେ ଘଟିଛି । ଗାଁର ସଂଜିତ ହାଲ୍‌ଦାର ଗତ ୧୪ ତାରିଖ ଦିନ ବୋଇଲାପାରି ଗ୍ରାମର ଗାୟତ୍ରୀ ପଡ଼ିଆମୀଙ୍କୁ ପ୍ରେମ ବିବାହ କରିଥିଲେ ।

୧୬ ତାରିଖ ଦିନ ଗାୟତ୍ରୀଙ୍କୁ ତାଙ୍କ ପରିବାର ଲୋକେ ଘରକୁ ନେଇ ଯାଇଥିଲେ । ସଂଜିତ୍‌ ତାଙ୍କ ଶ୍ବଶୁର ଘରକୁ ପତ୍ନୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନଥିଲେ । ଏ ନେଇ ୨୦ ତାରିଖରେ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କିନ୍ତୁ ବୈଠକରେ କୌଣସି ସୁଫଳ ମିଳିନଥିଲା । ଏ ନେଇ ସଂଜିତ୍‌ ମାନସିକ ଭାରସାମ୍ୟ ହରାଇବା ସହ ନିଜ ଚାଷଜମିକୁ ଯାଇ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.