fbpx

ନିଜ ସ୍ତ୍ରୀ ଓ ବାପାଙ୍କର ଅବୈଧ ସମ୍ପର୍କକୁ ନେଇ ହତ୍ୟାକାରୀ ପାଲଟିଲା ପୁଅ, ଅସଞ୍ଜତ ଅବସ୍ଥାରେ ଥିବା ଦେଖି କୁରାଢ଼ିରେ ହାଣିଦେଲା

ଜବଲପୁର: ବୋହୁ ରଖିଥିଲା ଶ୍ୱଶୁରଙ୍କ ସହିତ ଅବୈଧ ସମ୍ପର୍କ । ଯାହାର ପ୍ରମାଣ ପାଇବା ପରେ ହତ୍ୟାକାରୀ ସାଜିଲା ପୁଅ । ଏହି ଅବୈଧ ସଂପର୍କ ଲାଗି ନିଜ ପତ୍ନୀ ଓ ବାପାଙ୍କୁ କୁରାଢ଼ିରେ ମାରି ହତ୍ୟା କରିଦେଇଛି ପୁଅ । ଏଭଳି ଏକ ଘଟଣା ଘଟିଛି ଜବଲପୁରରେ । ସୂଚନା ଅନୁଯାୟୀ, ପୁଅର ବାପା ନିଜର ବୋହୂଙ୍କ ସହିତ ଅବୈଧ ସଂପର୍କ ରଖିଥିଲା । ଏ ବିଷୟରେ ଲୋକ ଲଜ୍ୟାକୁ ଆଖିରେ ରଖି ପୁଅ ବାରମ୍ବାର ନିଜ ପତ୍ନୀଙ୍କ ତାଗିଦ୍ କରିଆସୁଥିଲା । ବାରମ୍ବାର ନିଜ ସ୍ତ୍ରୀ ଓ ବାପାଙ୍କୁ ବୁଝାଉଥିଲା ପରେ ବି ଦୁହେଁ ସଂପର୍କ ରଖି ଆସିଥିଲେ । ହେଲେ ପୁଅର କୌଣସି କଥାକୁ ସ୍ତ୍ରୀ ଓ ବାପା ଖାତିର କରିନଥିଲେ । ଆଉ ପୁଅ ଘରେ ନଥିବା ବେଳେ ରଖିଚାଲିଥିଲେ ଅବୈଧ୍ୟ ସଂପର୍କ ।

ଦିନେ ପୁଣି ଥରେ ବାପା ଓ ସ୍ତ୍ରୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବା ପରେ, ପୁଅ ଖୁବ ଜୋରରେ ରାଗି ଯାଇଥିଲା । ଏହାପରେ ଘରେ ଥିବା କୁରାଢି ଆଣି ପ୍ରଥମେ ନିଜ ବାପାଙ୍କୁ ହାଣି ହତ୍ୟା କରିଥିଲା । ଏହା ପରେ ସ୍ତ୍ରୀକୁ ମଧ୍ୟ କୁରାଢି ହାଣି ହତ୍ୟା କରିଦେଇଥିଲା । ହତ୍ୟାକାଣ୍ଡ ପରେ ନିଜ ଦାଦାଙ୍କ ଘରକୁ ଯାଇ ଘଟଣା ସଂପର୍କରେ ସବୁ କଥା କହିଥିଲା । ସେପଟେ ହତ୍ୟାକାଣ୍ଡ ନେଇ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।

ପୁଲିସ ଅଭିଯୁକ୍ତକୁ କୁରାଢି ଧରି ଘରେ ବସିଥିବା ଅବସ୍ଥାରେ ଗିରଫ କରିଥିଲା । ପରେ ପୋଲିସ ଘର ଭିତରୁ ଉଭୟ ଶ୍ୱଶୁର ଓ ବୋହୁର ମୃତଦେହକୁ ଜବତ କରିଥିଲା । ଅତି ବିଭତ୍ସ ଭାବେ ଉଭୟଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଗିରଫ କରିଛି ।

Get real time updates directly on you device, subscribe now.