fbpx

ପାଠ ପଢ଼ିବାକୁ କହିବାରୁ ବାପାଙ୍କୁ ଗୁଳି ମାରିଲା ପୁଅ

ଲକ୍ଷ୍ନୌ: ପାଠ ପଢ଼ୁନଥିବାରୁ ବାପା, ପୁଅକୁ ପାଟି କଲେ । ଏହି କଥାରେ ରାଗିଯାଇ ବାପାଙ୍କଳ ଉପରକୁ ଗୁଳି ଚଳାଇଛି ପୁଅ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌ ର ଚିନହଟ୍ ଥାନା ଅଞ୍ଚଳରେ । ରବିବାର ଦିନ ସକାଳ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗୁଳିମାରିବା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଟ୍ରମା ସେଣ୍ଟରକୁ ରେଫର୍ କରାଯାଇଛି ।

ସୂଚନା ଅନୁସାରେ, ଅଖିଳେଶ ଯାଦବ ରବିବାର ଦିନ ଗୋଟିଏ ଦୋକାନରେ ବସିଥିଲେ । ତାଙ୍କ ପୁଅ ଅମନ୍ ଗୋଟିଏ ଦୋକାନରେ ବସିଥିବା ଦେଖି ଅଖିଳେଶ ତାକୁ ଗୋଟିଏ ଚାପୁଡ଼ା ମାରି ଘରକୁ ଯାଇ ପାଠ ପଢ଼ିବାକୁ କହିଥିଲେ । ଏହାପରେ ପୁଅ ଖୁବ୍ ଜୋରରେ ରାଗି ଯାଇଥିଲା ଓ ଗରକୁ ଯାଇ ବାପାଙ୍କ ପାଖରେ ଥିବା ଲାଇସେନ୍ସ ବନ୍ଧୁକ କୁ ନେଇ ବାପାଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁଳି ଯାଇ ଅଖିଳେଶଙ୍କର ଜଙ୍ଘରେ ବାଜିଥିଲା । ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।

Get real time updates directly on you device, subscribe now.