fbpx

ଦୁଃଖ ଜଣାଇଲେ ସୋନା, ବିଭିନ୍ନ ମହଲରୁ ଆସିଲା ଅନେକ ପ୍ରତିକ୍ରିୟା

ମୁମ୍ବାଇ(ଓଡ଼ିଶା ଭାସ୍କର) ଦେଶରେ ସମୁଦାୟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୮୬,୭୮୨ରେ ପହଞ୍ଚିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଘୋଷଣା କରାଯାଇଛି । ଗତବର୍ଷ ମଧ୍ୟ ଏହି ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ ହେତୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଆର୍ଥିକ ସଙ୍କଟ ଦେଇ ଗତି କରିଥିବା ଖବର ଆସିଥିଲା। ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି । ନିକଟରେ ବଲିଉଡ ଗାୟିକା ସୋନା ମହାପାତ୍ର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ସୋସିଆଲ ମିଡିଆରେ ଜଣାଇଛନ୍ତି ।

ସୋନା ମହାପାତ୍ର ଟ୍ୱିଟରରେ ହସୁଥିବା ଏକ ସେଲଫି ଫଟୋ ସେୟାର କରିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, ‘ଯନ୍ତ୍ରଣାରୁ ଦୂରେଇ ଯାଇ ପାରିବା ନାହିଁ, କିନ୍ତୁ ସେଥିପାଇଁ ଚିନ୍ତିତ ରହିବା ବି ଠିକ୍‌ ନୁହଁ । ମୋର ଫିଲ୍ମ ‘ଶୁଟ୍‌ ଅପ୍‌ ସୋନା’ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଘୁରି ବୁଲୁଛି ଏବଂ ଅନେକ ଉତ୍ସବରେ ଜିତୁଛି । ମୋର ସମସ୍ତ ସଞ୍ଚୟ ଏହି ଫିଲ୍ମରେ ସରିଯାଇଛି, ମହାମାରୀ ଠିକ୍‌ ପୂର୍ବରୁ ଆମକୁ ଏପରି ଏକ ଜାଗାରେ ଆଣି ଛିଡା କରିଦେଇଛି ଯେଉଁଠାରେ ରୋଜଗାରର କୌଣସି ମାଧ୍ୟମ ନାହିଁ । ଏହି ଟୁଇଟ ପରେ ସୋନାଙ୍କ ପାଖକୁ ବିଭିନ୍ନ ମହଲରୁ ଅନେକ ପ୍ରତିକ୍ରିୟା ବି ଆସିବାରେ ଲାଗିଛି ।

Get real time updates directly on you device, subscribe now.