fbpx

ବିଗିଡ଼ିଲା ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା, ମେଡିକାଲରେ ଭର୍ତ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବିଷୟରେ ବଡ ଖବର ଆସିଛି। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକିଛି ଦିନ ତଳେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ତାଙ୍କଠି କରୋନା ପରିବର୍ତ୍ତି ସମସ୍ୟା ଦେଖାଦେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ତ୍ୟବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ କିଛି ସମୟ ପାଇଁ ଡାକ୍ତର ପର୍ଯ୍ୟବେକ୍ଷଣରେ ରଖିବେ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜବାଲା ।

ରଣଦୀପ ସିଂ ସୁରଜେୱାଲା କହିଛନ୍ତି – “କୋଭିଡ ସହ ଜଡିତ ସମସ୍ୟା ହେତୁ କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଆଜି ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଡାକ୍ତରଖାନାରେ ରଖାଯିବ। ଆମେ ସମସ୍ତେ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଦେଉଛୁ। ”

ସୂଚନାଯୋଗ୍ୟ ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଗତକାଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏନସିପି ନେତା ଶରଦ ପାୱାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ବିରୋଧୀ ଦଳର ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ।

Get real time updates directly on you device, subscribe now.