fbpx

ସୋନୁ ସୁଦଙ୍କୁ ଭେଟି କାନ୍ଦି ପକାଇଲେ, ରୋଗ ଦୁଃଖ କିଛି ସମୟ ଭୁଲିଗଲେ, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇ: ସୋନୁ ସୁଦଙ୍କ ସମାଜସେବା ପାଇଁ ଅନେକ ଲୋକ ତାଙ୍କୁ ଦେବଦୂତ ଭଳି ମାନୁଛନ୍ତି । ଭଗବାନ ଭଳି ପୂଜା କରୁଥିବା ଘଟଣା ମଧ୍ୟ ଜଣାପଡ଼ିଛି । ତେଲେଙ୍ଗାନାର ଭେଙ୍କଟେସ୍ ନାମକ ଛାତ୍ର ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ ପହଞ୍ଚି ଯାଇଥିଲେ ସୋନୁଙ୍କୁ ଭେଟିବା ପାଇଁ । ଠିକ୍ ସେହିଭଳି ଜଣେ ରୋଗ ଦୁଃଖରେ କଲବଲ ହେଉଥିବା ବେଳେ ମଧ୍ୟ ସୋନୁଙ୍କୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ଭୋ ଭୋ ହୋଇ ରଡ଼ିଥିଲେ ଆଉ ତାଙ୍କ କାନ୍ଦ ବନ୍ଦ ହୋଇନଥିଲା ।
ଏଭଳି ଏକ ଭିଡିଓ ସୋନୁ ସୁଦ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେଆର କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ ଜଣେ କ୍ୟାନ୍ସର ରୋଗୀ ତାଙ୍କୁ ଭେଟିବାକୁ ପହଛନ୍ତି । ଆଉ ତାଙ୍କୁ ଦେଖି ଲୁହ ଝରାଉଛନ୍ତି । କାନ୍ଦି ପକାଉଛନ୍ତି ।

ଅଭିଷେକ ନାମକ ଯୁବକ ଜଣଙ୍କ ସୋନୁଙ୍କୁ ଦେଖି କାନ୍ଦିବାକୁ ଲାଗିଲେ ଓ ତାଙ୍କ ପାଦ ମଧ୍ୟ ଛୁଇଁଲେ । ଏହା ଦେଖି ସୋନୁ ସୁଦ୍ ତାଙ୍କୁ ବୋଧ କରାଉଛନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିବାର ୧୦ ଘଣ୍ଟା ମଧ୍ୟରେ ୨୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ସେ ସମାନ ଭିଡିଓ ଟ୍ୱିଟରରେ ଜଣେ ୟୁଜର ସେଆର କରି ଲେଖିଛନ୍ତି କି ଅଭିଷେକ ଜୈନ କ୍ୟାନ୍ସର ସହ ଲଢୁଛନ୍ତି । ସେ କେବଳ ସୋନୁ ସୁଦଙ୍କୁ ଭେଟିବାକୁ ଚାହୁଁଥିଲେ । ସୋନୁ ସୁଦ୍ଙ୍କୁ ଦେଖିବା ପରେ ତାଙ୍କ ଲୁହ ବନ୍ଦ ହେଉନଥିଲା । ୟୁଜରଙ୍କର ଏହି ଟ୍ୱିଟ୍ ଦେଖି ସୋନୁ ମଧ୍ୟ ଲେଖିଛନ୍ତି ମୁଁ ମୋ ଜୀବନରେ କିଛି ବି ଭଲ କାମ ହୁଏତ କରିଥିବି । ଯେଉଁଥି ପାଇଁ ଲୋକମାନଙ୍କର ଏତେ ଭଲ ପାଇବା ମୋତେ ମିଳୁଛି ବୋଲି ସୋନୁ ପ୍ରକାଶ କରିଛନ୍ତି ।

 

 

View this post on Instagram

 

A post shared by Sonu Sood (@sonu_sood)

ସୋନୁ ଆହୁରି ଉଲ୍ଲେଖ କରିଛନ୍ତି ଯେ ମହାମାରୀ ଭଳି ସଂକଟ କାଳରେ ସମଗ୍ର ଦେଶରେ ଲୋକମାନେ ଡହଳବିକଳ ହେଉଛନ୍ତି । ତାହା ହୃଦୟ ବିଦାରକ । ଅଭିଷେକ ମଧ୍ୟ ନିଜର ଶୁଣିବା ଶକ୍ତି ହରାଇଛନ୍ତି । ଏବେ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଶୀଘ୍ର ଆରୋଗ୍ୟକାମନା ପାଇଁ ସୋନା ପ୍ରାର୍ଥନା କରିବା ସହ ଅନ୍ୟକୁ ସାହାଯ୍ୟ ପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.