fbpx

ଆପଣ ଶରୀରର ହାଡ଼ରୁ ବାହାରୁଥିବା ଶବ୍ଦ କେବେ ଶୁଣିଛନ୍ତି କି, ଜାଣିନିଅନ୍ତୁ ଏହା କେଉଁ ରୋଗର ସଙ୍କେତ

ଆମ ଶରୀରରେ ହାଡ଼ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଶରୀରର ବିଭିନ୍ନ ଅଂଶର ଜଏଣ୍ଟମାନଙ୍କରେ ଏକାଧିକ ହାଡ଼ ଏକତ୍ରିତ ହୋଇଥାନ୍ତି । ଆମର ଗଣ୍ଠିରେ ଥିବା ହାଡ଼ ବହୁତ ଶକ୍ତିଶାଳୀ ହୋଇଥାଏ, ମାତ୍ର ତାହା କାର୍ଟିଲେଜ୍ ଦ୍ୱାରା ଆଚ୍ଛାଦିତ ହୋଇଥିବାରୁ ହାଡ଼ଗୁଡ଼ିକ ପରସ୍ପର ସହ ଧକ୍କା ହୋଇନଥାନ୍ତି ।

ଅଷ୍ଟିଓଅର୍ଥରାଇଟିସ୍ ରୋଗରେ ଆକ୍ରାନ୍ତ ହେଲେ ଆମର ଗଣ୍ଠିର ହାଡ଼ ଦୁର୍ବଳ ହେବା ସହ ଗଣ୍ଠିର ପୃଷ୍ଠଗୁଡ଼ିକ ରୁଗଣ ହୋଇଯାଇଥାଏ । ପରିଣାମସ୍ୱରୂପ, ହାଡ଼ରେ ଫୁଲା, ଯନ୍ତ୍ରଣା ଆଦି ଦେଖାଯାଇଥାଏ । ତେବେ ଏହାର ଲକ୍ଷଣ ଅନୁଭବ କରିହୁଏ ନାହିଁ । ଏହାର ଅନ୍ୟ ଲକ୍ଷଣ ମଧ୍ୟ ରହିଛି । ହାତର ଗଣ୍ଠିକୁ ହଲାଇବା ସମୟରେ ସେଥିରୁ କିଛି ଶବ୍ଦ ଶୁଣାଯାଇଥାଏ । ଶରୀରର ଯେକୌଣସି ଗଣ୍ଠିକୁ ହଲାଇବା ସମୟରେ ହାଡ଼କୁ ହାଡ଼ ଘସି ହେବା ପରି ଶବ୍ଦ ମଧ୍ୟ ଶୁଣାଯାଇଥାଏ । ଏହି ଶବ୍ଦ ଆମ ହାଡ଼ର ଭୟଙ୍କର କ୍ଷତି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

୪୦ ବର୍ଷର ଲୋକଙ୍କ ଠାରେ ଏହି ଏହି ହାଡ଼ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏଥିସହ ମହିଳା ଓ ଅଧିକ ମୋଟା ଲୋକଙ୍କୁ ଏହା ଅଧିକ ଆକ୍ରାନ୍ତ କରିଥାଏ । ଏହାଛଡ଼ା ଯଦି କୌଣସି ବ୍ୟକ୍ତି ଜନ୍ମରୁ ଜଏଣ୍ଟରେ ସମସ୍ୟା ଥାଇ ଜନ୍ମ ହୋଇଥାନ୍ତି, ତେବେ ସେମାନେ ଏ କ୍ଷେତ୍ରରେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଶାରୀରିକ ବ୍ୟାୟାମ ସହ ଡାକ୍ତରଙ୍କ ସହ ପରାମର୍ଶ କରି ଏହି ସମସ୍ୟାର ଉପଶମ କରାଯାଇପାରିବ ।

Get real time updates directly on you device, subscribe now.