କାମ କଲାନି ଭାରତୀୟ ବୋଲିଙ୍ଗ; ଛକା ଓ ଚଉକା ମାରି ଖେଳ ସାରିଦେଲେ ଦକ୍ଷିଣ ଆଫ୍ରିକା ବ୍ଯାଟ୍ସମ୍ଯାନ, ସେପଟେ ଭାରତ ହରାଇଲା ପ୍ରଥମ ୱିକେଟ…
୨୧୪ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା
ଓଡିଶା ଭାସ୍କର: ଭାରତକୁ ପ୍ରଥମ ଝଟକା। ଆସୁ ଆସୁ ଛକା ମାରି ଆଉଟ ହେଲେ ଶୁଭମନ ଗିଲ। ମଇଦାନକୁ ବ୍ୟାଟିଙ୍ଗ କରିବା ପାଇଁ ତିନି ନମ୍ବରରେ ଆସିଲେ ଅକ୍ସର ପଟେଲ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ଯାଚ ଖେଳାଯାଉଛି। ଭାରତ ପ୍ରଥଣେ ଟସ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା।
ଅନ୍ଯପଟେ ରନ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକାର ଦୁଇ ଓପନର। ପ୍ରଥମରୁ ଗୋଟିଏ ୱିକେଟ ପଡିଥିଲେ ମଧ୍ୟ ଦମଦାର ପାଳି ଖେଳିଥିଲେ ବିପକ୍ଷ ଟିମ।
ଭାରତୀୟ ବୋଲିର ମାତ୍ର ୪ଟି ୱିକେଟ ନେବାରେ ସଫଳ ହୋଇଥିଲେ। ଅନ୍ୟପଟେ ପ୍ରଥମ ଟି-ଟ୍ବେଣ୍ଚିରେ ଫ୍ଲପ ପ୍ରମାଣିତ ହୋଇଥିବା ଡିକକ ଆଜିର ମ୍ୟାଚରେ ଧୁଆଁଧାର ପାଳି ଖେଳିଥିଲେ। ଏକାକି ସର୍ବାଧିକ ରନ ସ୍କୋର କରିଥିଲେ। ୯୦ ରନର ଲମ୍ବା ପାଳି ଖେଳିଥିଲେ। ୨୦ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ଟି ୱିକେଟ ହରାଇ ୨୧୩ ରନ କରିପାରିଥିଲା।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯାଇଥିଲା।ଯେଉଁଥିରେ କି ଭାରତ ବିପକ୍ଷ ଦଳ ଦକ୍ଷିଣ ଆଫ୍ରିକାକୁ ସର୍ବାଧିକ ୧୦୧ ରନରେ ପରାସ୍ତ କରିଥିଲା। ମାତ୍ର ୭୪ ରନରେ ଦକ୍ଷିଣ ଆଫ୍ରିକା ଟିମ ଅଲଆଉଟ ହୋଇଯାଇଥିଲେ।
ଏପରିକି ଟିମ ଇଣ୍ଡିଆ ପାଇଁ ବାରବାଟୀ ଷ୍ଟାଡିଅମ ଅତ୍ୟନ୍ତ ଲକି ଥିଲା ବୋଲି କ୍ୟାପଟେନ ସୂର୍ଯ୍ଯକୁମାର ଯାଦବ କହିଥିଲେ। କାରଣ ସେହି ମ୍ୟାଚରେ ବୁମରାହ ତାଙ୍କର ୧୦୦ ତମ ୱିକେଟ ନେବାରେ ସଫଳ ହୋଇଥିଲେ ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡିଆ ୧୦୦ ଟି ଛକା ମାରି ରେକର୍ଡ କରିଥିଲେ।
କିଏ ଅଧିକ ମ୍ଯାଚ ଜିତିଛି:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚରେ ହେଡ୍-ଟୁ-ହେଡ୍ ରେକର୍ଡକୁ ଦେଖିଲେ, ସେମାନେ ଏପର୍ଯ୍ୟନ୍ତ ୩୨ ଟି ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ, ଟିମ୍ ଇଣ୍ଡିଆ ୧୯ ଟି ମ୍ୟାଚ ଜିତିଛି, ଯେତେବେଳେ ଦକ୍ଷିଣ ଆଫ୍ରିକା ୧୨ ଥର ଜିତିଛି।
ଏହା ବ୍ୟତୀତ, ଗୋଟିଏ ମ୍ୟାଚ ଡ୍ର ରେ ଶେଷ ହୋଇଥିଲା। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ସାତ ଟି-20 ମ୍ୟାଚ ମଧ୍ୟରୁ ଭାରତ ଛଅଟି ଜିତିଛି। ତେବେ ଦେଖାଯାଉ ଆଜିର ମ୍ଯାଚରେ କିଏ ବାଜି ମାରୁଛି।
