ଜଲୱା ଦେଖାଇଲେ ଅର୍ଶଦୀପ; ଦ୍ବିତୀୟ ବଲରେ ନେଇଗଲେ ଦକ୍ଷିଣ ଆଫ୍ରିକାର ବଡ଼ ୱିକେଟ, ଦକ୍ଷିଣ ଆଫ୍ରିକାକୁ ଡବଲ ଝଟକା…

ଅର୍ଶଦୀପଙ୍କ ଜାଲରେ ଫସିଲେ କ୍ବିଣ୍ଟନ ଡିକକ୍

ଓଡିଶା ଭାସ୍କର: ଦକ୍ଷିଣ ଆଫ୍ରିକାକୁ ଡବଲ ଝଟକା। ମାତ୍ର 16 ରନରେ ଆଉଟ ହେଲେ ଦୁଇ ଖେଳାଳି। ପଡିଆରେ ଖୁସି ମନାଇଲେ ଭାରତୀୟ ଫ୍ଯାନ୍ସ। ସେପଟେ ମୁହଁ ଶୁଖାଇଲା ଦକ୍ଷିଣ ଆଫ୍ରିକା।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମ୍ଯାଚରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକା ତରଫରୁ ଓପନିଙ୍ଗ କରିବାକୁ ଆସିଥିବା କ୍ବିଣ୍ଟନ ଡିକକ ଆସୁ ଆସୁ ଆଉଟ ହୋଇଥିଲେ। ଅର୍ଶଦୀପଙ୍କ ଘାତକ ବୋଲିଙ୍ଗରେ ତାଙ୍କର ୱିକେଟ ଯାଇଥିଲା। ଯାହାକି ଭାରତୀୟ ଫ୍ଯାନ୍ସଙ୍କକ ମଧ୍ୟରେ ଉତ୍ସାହକୁ ବଢାଇଥିଲା।

ଯଦି ଦେଖିବା ଭାରତ ମଧ୍ୟ ଖେଳ ଆରମ୍ଭରୁ ଶୁଭମନ ଗିଲଙ୍କ ୱିକେଟ ହରାଇଥିଲା। ସେ ମାତ୍ର ପାଞ୍ଚ ରନ କରି ଆଉଟ ହୋଇଥିଲେ। ଅନ୍ଯପଟେ ଏହାର ପ୍ରତିଶୋଧ ନେଇଛନ୍ତି ଅର୍ଶଦୀପ ସିଂଷ ଦ୍ବିତୀୟ ବଲରେ ଡିକକଙ୍କ ୱିକେଟ ହାତେଇଛନ୍ତି। ତେବେ ଖାତା ଖୋଲି ନପାରି ଡିକକଙ୍କୁ ପଡିଆରୁ ବାହାରକୁ ଯିବାକୁ ପଡିଥିଲା।

ସୂଚନାଯୋଗ୍ଯ ଯେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲଟେଜ ମ୍ଯାଚ କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯାଉଛି। ଏଠାରେ କ୍ଯାପଟେନ ସୂର୍ଯ୍ଯକୁମାର ଯାଦବ ପ୍ରଥମରୁ ଟସ ହାରିଥିଲେ।

ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଙ୍ଗ କରି 175 ରନ କରିପାରିଥିଲା। ଭାରତରେ ପ୍ରଥମରୁ ଗୋଟିଏ ପରେ ଗୋଟିଏ ୱିକେଟ ଯିବାରୁ ଫ୍ଯାନ୍ସଙ୍କୁ ଝଟକା ଲାଗିଥଇଲା।

ମାତ୍ର ଶେଷରେ ହାର୍ଦ୍ଦିକ ପାଣ୍ଡିଆ ଅନେକ ସମୟ କ୍ରିଜରେ ରହି ଖେଳକୁ ସମ୍ଭାଳି ଥିଲେ ଓ ଲମ୍ବା ପାରି ଖେଳି ଦମଦାର ଅର୍ଦ୍ଦଶତକ ହାସଲ କରିଥିଲେ।

ଅନ୍ଯପଟେ ମାତ୍ର 16 ରନରେ ଦକ୍ଷିଣ ଆଫ୍ରିକାକୁ ଦ୍ବିତୀୟ ଝଟକା ମିଳି ସାରିଛି। କ୍ବିଣ୍ଟନ ଡିକକଙ୍କ ପରେ 3 ନମ୍ବରରେ ବ୍ଯାଟିଙ୍ଗ କରିବାକୁ ଆସି ଟ୍ରିଷ୍ଟାନ ଷ୍ଟବ୍ସଙ୍କ ୱିକେଟ ମଧ୍ୟ ଯାଇଛି। ଅର୍ଶଦୀପ ସିଂଙ୍କ ଘାତକ ବୋଲିଙ୍ଗରେ ଭାରତକୁ ଦୁଇଟି ସଫଳତା ମିଳଇ ସାରିଛି।