ହାରିଲା ଭାରତ; ପଡିଆରେ ଖୁସି ମନାଇଲା ଦକ୍ଷିଣ ଆଫ୍ରିକା ଟିମ, ଫିକା ପଡ଼ିଲା ବର୍ମାଙ୍କ ଅର୍ଦ୍ଧଶତକ,ଶେଷ ଯାଏଁ ଜାରି ରଖିଥିଲେ ସଂଘର୍ଷ…
ହାରିଲା ଭାରତ...
ଓଡିଶା ଭାସ୍କର: ୱିକେଟ ମୂଳପୋଛ କରିଦେଲେ ଦକ୍ଷିଣ ଆଫ୍ରିକା ବୋଲର। ୧୬୨ ରନ କରି ହାରିଲା ଭାରତ। ପାଞ୍ଚ ନମ୍ବରରେ ବ୍ୟାଟିଙ୍ଗ କରିବା ପାଇଁ ଖେଳକୁ ଶେଷ ପର୍ଯ୍ଯନ୍ତ ସମ୍ଭାଳିଥିଲେ ତିଲକ ବର୍ମା। ଦମଦାର ଅର୍ଦ୍ଧଶତକ ପାଳି ଖେଳିଥିଲେ। ଏହାପରେ ମଧ୍ୟ ହାରିଲା ଟିମ ଇଣ୍ଡିଆ। ୫୧ ରନରେ ଜିତିଲା ବିପକ୍ଷ ଟିମ। ୧୬୨ରନରେ ଅଲଆଉଟ ହେଲେ ସମସ୍ତ ଭାରତୀୟ।
ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ଯାଚରେ ଭାରତ ପରାଜିତ ହୋଇଛି। ପ୍ରଥମ ମ୍ଯାଚରେ ବାରତ ଦମଦାର ବିଜୟ ହାସଲ କରିଥିବା ବେଳେ, ଦ୍ବିତୀୟ ମ୍ଯଚରେ ଦକ୍ଷିଣ ଆଫ୍ରିକା ଜିତିଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମ୍ଯାଚରେ ଭାରତ ପ୍ରଥମେ ଟସ ଜିତି ଫିଲ୍ଡିଙ୍ଗ କରିବା ପାଇଁ ନିଶ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ଓପନିଙ୍ଗ କରିବା ପାଇଁ କ୍ବିଣ୍ଟନ ଡିକକ ଓ ରିଜା ହେଣ୍ଡ୍ରିକ୍ସ ମଇଦାନକୁ ଓହ୍ଲାଇଥିଲେ।
ପ୍ରଥମରୁ ରିଜା ୮ ରନ କରି ଆଉଟ ହୋଇଯାଇଥିଲେ। ପରେ କ୍ବିଣ୍ଟନ ଡିକକ ଦଳକୁ ସମ୍ଭାଳିଥିଲେ। ଏକାକି କ୍ରିଜରେ ରହି ୯୦ ରନର ଦମଦାର ପାଳି ଖେଳିଥିଲେ।ଅନ୍ୟପଟେ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ଦଳ ୪ ୱିକେଟ ହରାଇ ୨୧୩ ରନ କରିପାରିଥିଲା।
ଅନ୍ୟପଟେ ଭାରତ ବୋଲିଙ୍ଗ ମଧ୍ୟ ଆଜି ସେତେଟା କାମ ଦେଇନଥିଲା। ବୋଲିଙ୍ଗ ରଣନୀତି ଫ୍ଲପ ପ୍ରମାଣିତ ହୋଇଥିଲା। ଏପରିକି ଅର୍ଶଦୀପ ସିଂ ଗୋଟିଏ ଓଭରରେ 13ଟି ବଲ ପକାଇ ଏକ ଲଜ୍ଜାଜନକ ରେକର୍ଡ ହାସିଲ କରିଥିଲେ।
ପରେ ଭାରତ ତରଫରୁ ବ୍ଯାଟିଙ୍ଗ କରିବା ପାଇଁ ଶୁଭମନ ଗିଲ ଓ ଅଭିଷେକ ଶର୍ମା ଆସିଥିଲେ। ପ୍ରଥମେ ଶୁଭମନ ଗିଲ ଓ ପରେ ଅଭିଶେକ ଶର୍ମା ଆଉଟ ହୋଇଯାଇଥିଲେ। ମାତ୍ର 32 ରନରେ ଭାରତ ଟିମ 3 ଟି ୱିକେଟ ହରାଇଥିଲା। ପରେ ଭାରତର ଜଣକ ପରେ ଜଣେ ଖେଳାଳି ଆଉଟ ହୋଇଥିଲେ।
ଗତଥର ମ୍ଯାନ ଅଫ ଦି ମ୍ଯାଚ ଜିତିଥିବା ହାର୍ଦ୍ଦିକ ପାଣ୍ଡିଆ ଆଜିର ମ୍ଯାଚରେ 20 ରନ କରି ଆଉଟ ହୋଇଥିଲେ। ଗୋଟିଏ ବି ୱିକେଟ ନେଇପାରି ନଥିଲେ।
