fbpx

ଦକ୍ଷିଣ ଆଫ୍ରିକା ଦଳର କମାଲ, ବିନା ଛକାରେ କଲା ବିଶାଳ ସ୍କୋର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ଡରହମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ କମାଲ ପ୍ରଦର୍ଶନ କରିଛି। ଘରୋଇ ଇଂଲଣ୍ଡ ବିରୋଧରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର କରିଛି, ହେଲେ ଆଶ୍ଚର୍ଯ୍ୟକର କଥା ଜଣେ ହେଲେ ବ୍ୟାଟସମ୍ୟାନ ଛକାଟିଏ ମଧ୍ୟ ଲଗାଇ ପାରି ନାହାନ୍ତି। ଆଉ ଦିନିକିଆ ଇତିହାସରେ ଯୁଗ୍ମ ଭାବେ ଦ୍ଵିତୀୟ ସବୁଠୁ ବଡ ସ୍କୋର କରିଛି ଦକ୍ଷିଣ ଆଫ୍ରିକା।

ବେନ ଷ୍ଟୋକ୍ସଙ୍କ ଶେଷ ଦିନିକିଆରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ବିନା ଛକାରେ ୩୩୩ ରନ କରିଥିଲା। ଦିନିକିଆ କ୍ରିକେଟରେ ଏମିତି ତୃତୀୟ ଥର ଘଟିଛି, ଯେଉଁଠି କୌଣସି ଦଳ ବିନା ଛକାରେ ୩୩୦ରୁ ଉର୍ଦ୍ଧ୍ଵ ରନ କରିଛି। ୨୦୧୧ରେ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ ବିରୋଧରେ ବିନା ଛକାରେ ୩୩୩ ରନ କରିଥିଲା। ଏବେ ଏହି ରେକର୍ଡ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ କରିଛି।

ଦିନିକିଆ କ୍ରିକେଟରେ ବିନା ଛକାରେ ସବୁଠୁ ଅଧିକ ରନ କରିବାର ରେକର୍ଡ ଶ୍ରୀଲଙ୍କା ନାମରେ ରହିଛି। ଶ୍ରୀଲଙ୍କା ୨୦୨୦ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ଓ୍ଵିକେଟ୍ ହରାଇ ୩୪୫ ରନ କରିଥିଲା। ଗତକାଲି ଖେଳାଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍ ହରାଇ ୩୩୩ ରନ କରିଛି। ହେଲେ ଏହି ମ୍ୟାଚରେ ଇଂଲଣ୍ଡ ୬୨ ରନରେ ପରାସ୍ତ ହୋଇଛି। ଦଳ ୪୬.୫ ଓଭରରେ ୨୭୧ ରନରେ ଅଲଆଉଟ୍ ହୋଇଛି।

Get real time updates directly on you device, subscribe now.