fbpx

(Video) ଜାତୀୟ ସଂଗୀତ ବେଳେ ଠିଆ-ଠିଆ ପରିସ୍ରା କରିଦେଲେ ଏହି ଦେଶର ରାଷ୍ଟ୍ରପତି: ଭିଡିଓ କରିଥିବା ସାମ୍ବାଦିକଙ୍କୁ ଜେଲ୍

ନୂଆଦିଲ୍ଲୀ: ସାଉଥ୍ ସୁଡାନର ୭୧ ବର୍ଷୀୟ ରାଷ୍ଟ୍ରପତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ ଜାତୀୟ ସଙ୍ଗୀତ ଗାନ ସମୟରେ ତାଙ୍କ ପ୍ୟାଣ୍ଟରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି । ଭିଡିଓ ସାମ୍ନାକୁ ଆସିବା ପରେ ରାଷ୍ଟ୍ରପତି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଭିଡିଓ ପ୍ରସ୍ତୁତ କରିଥିବା ସାମ୍ବାଦିକଙ୍କୁ ଜେଲ ପଠାଯାଇଛି । ତେବେ ସାଉଥ୍ ସୁଡାନର ରାଷ୍ଟ୍ରପତି ରୋଡ କମିଶନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏହି ସମୟରେ ତାଙ୍କୁ ଜଣାନଥିଲା ଓ ତାଙ୍କର ପରିସ୍ରା ବାହାରିଯାଇଥିଲା । ଅବଶ୍ୟ ସେ ନିଜ ସ୍ଥାନରୁ ନହଟି ଜାତୀୟ ସଂଗୀତ ଗାଇବା ଜାରି ରଖିଥିଲେ ।

ସୋସିଆଲ ମିଡିଆରେ ସାଉଥ୍ ସୁଡାନର ରାଷ୍ଟ୍ରପତିଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ୬ ସରକାରୀ ସାମ୍ବାଦିକଙ୍କୁ ଗିରଫ କରିଛି ଜାତୀୟ ସୁରକ୍ଷା ସେବା ଏଜେଣ୍ଟ । କୁହାଯାଉଛି ଯେ, ଏହି ଭିଡିଓ ଡିସେମ୍ବର ମାସରୁ ଆସିଛି । ଯାହା ବର୍ତ୍ତମାନ ଭାଇରାଲ ହୋଇଛି । ଭିଡିଓରେ ଆପଣ ଦେଖିପାରିବେ ଯେ ରାଷ୍ଟ୍ରପତି ସଲୱା କିର ସାଉଥ୍ ସୁଡାନର ଅଧିକାରୀଙ୍କ ମଧ୍ୟରେ ରୋଡ କମିଶନ ସମାରୋହରେ ଠିଆ ହୋଇଛନ୍ତି । ଏହି ସମୟରେ ସମସ୍ତେ ଜାତୀୟ ସଂଗୀତକୁ ସମ୍ମାନ ଦେଉଛନ୍ତି । ସେତେବେଳେ ରାଷ୍ଟ୍ରପତି ସାଲଭାଙ୍କ ପ୍ୟାଣ୍ଟ ଓଦା ହେବାକୁ ଲାଗିଛି ।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ରାଷ୍ଟ୍ରପତି ତାଙ୍କ ପ୍ୟାଣ୍ଟରେ ପରିସ୍ରା କରିଛନ୍ତି । ଦେଶର ରାଷ୍ଟ୍ରପତିଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଭିଡିଓ ଦେଖିବା ପରେ ଲୋକମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି । ଭିଡିଓ ସେୟାର କରି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ସମାରୋହରେ ସାଉଥ୍ ସୁଡାନର ରାଷ୍ଟ୍ରପତି ତାଙ୍କ ପରିସ୍ରା ଉପରେ ନିୟନ୍ତ୍ରଣ ହରାଇଛନ୍ତି । ତେବେ ୨୦୧୧ ରେ ସୁଡାନଠାରୁ ସାଉଥ୍ ସୁଡାନ ଅଲଗା ହୋଇଥିଲା । ସେବେଠାରୁ ସଲୱା କିର ସାଉଥ୍ ସୁଡାନର ରାଷ୍ଟ୍ରପତି ହୋଇଛନ୍ତି । ରାଷ୍ଟ୍ରପତିଙ୍କ ପରିସ୍ରା କରିବାର ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାରୀମାନେ କହିଥିଲେ ଯେ କିର ଦୀର୍ଘ ଦିନ ଧରି ଦେଶକୁ ପ୍ରତ୍ୟେକ ବିପଦରୁ ରକ୍ଷା କରିଆସୁଛନ୍ତି । ସେ କିଛି ସମୟ ଧରି ଅସୁସ୍ଥ ଅଛନ୍ତି । ଏଥିପାଇଁ ଏପରି ଅସୁବିଧା ହୋଇଛି ।

Get real time updates directly on you device, subscribe now.