fbpx

ଓଡିଶାର ୧୬ ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତର ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ସମଗ୍ର ଅଞ୍ଚଳକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ସୂଚାନ ଦେଇଛନ୍ତି ଭାରତୀୟ ପାଣୀପାଗ ବିଭାଗ। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ରାଜ୍ୟର ଉପକୁଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ହଳଦିଆ ଚେତାବନି ଜାରି କରାଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ମୁତାବକ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହେବା ନେଇ ଓଡିଶାର ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।

ଏହି ସମୟରେ କୋରାପୁଟ, ରାୟାଗଡା, କନ୍ଧମାଳ, କାଳାହାଣ୍ଡି, ଦେଓଗଡ, ଅନୁଗୁଳ, ନବରଙ୍ଗପୁର, ନୁଆପଡା, ବରଗଡ, ବୋଲାଙ୍ଗୀର, ବୌଦ୍ଧ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଗଞ୍ଜାମକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହି ସମୟରେ ଲୋକଙ୍କୁ ବଜ୍ରପାତରୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।

ମୌସୁମୀ ବାୟୁ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରଗତି ହୋଇ ମଧ୍ୟପ୍ରଦେଶର ଅଧିକାଂଶ ଅଂଶ, ଛତିଶଗଡ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ଅଂଶ, ସମଗ୍ର ଓଡ଼ିଶା ଏବଂ ପଶ୍ଚିମବଙ୍ଗ, ଝାଡଖଣ୍ଡର ଅଧିକାଂଶ ଅଂଶରେ ଆହୁରି ଉନ୍ନତ ହୋଇଛି। ଏବଂ ବିହାର, ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶର କିଛି ଅଂଶ ଆଜି ମୌସୁମି ବାୟୁ ପ୍ରବେଶ କରିଛି।

Get real time updates directly on you device, subscribe now.