fbpx

ନବରାତ୍ରୀରେ ବୁଣନ୍ତୁ ଏହି ଶସ୍ୟ: ରଙ୍ଗରୁ ମିଳିଥାଏ ଏହି ସଙ୍କେତ

ହିନ୍ଦୁ ଧର୍ମରେ ନବରାତ୍ରୀର ଏକ ସ୍ୱତନ୍ତ୍ର ଗୁରୁତ୍ୱ ଏବଂ ମହତ୍ୱ ରହିଥାଏ । ଏହି ୯ ଦିନ ଦୁର୍ଗତିନାଶିନୀ ମା ଦୂର୍ଗାଙ୍କୁ ଧରାପୃଷ୍ଟକୁ ଆଗମନ କରାଯାଇ ବିଦ୍ଧି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଥାଏ । ଫଳରେ ମା ତାଙ୍କ ଭକ୍ତମାନଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି । ତେବେ ଏହି ଦିନ ଲୋକେ ଘରେ ମାଙ୍କ ମୂର୍ତ୍ତି ସ୍ଥାପନା ସହ କଳସ ମଧ୍ୟ ସ୍ଥାପନା କରିଥାନ୍ତି । ତେବେ ଧିନ୍ଦୁ ଧର୍ମରେ ନବରାତ୍ରୀର ପୂର୍ବ ଦିନ ଏକ ଶସ୍ୟ ବୁଣା ଯାଇଥାଏ । ଯାହାକି ବହୁତ ଶୁଭ ହୋଇଥାଏ । ତେବେ ୯ ଦିନ ପରେ ସେହି ଶସ୍ୟ ଫଳିବା ପରେ ତାର ରଙ୍ଗ ଅନେକ ସଙ୍କେତ ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ନବରାତ୍ରୀ ଦିନ କେଉଁ ଶସ୍ୟ ବୁଣା ଯାଇଥାଏ ଏବଂ ତାର ରଙ୍ଗ କି ସଂକେତ ଦେଇଥାଏ ।

ନବରାତ୍ରୀରେ ବୁଣାଯାଏ ଏହି ଶସ୍ୟ:

ଧାନ କିମ୍ବା ଯଅ: ଧାନ କିମ୍ବା ଯଅକୁ ସଂସାରର ପ୍ରଥମ ଫଲସ ବୋଲି କୁହାଯାଇଥାଏ । ତେଣୁ ଏହାକୁ ବ୍ରହ୍ମାଙ୍କ ସହ ତୁଳନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ପୂଜାରେ ଧାନକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ । ତେଣୁ ପ୍ରତ୍ୟେକ ପୂଜାରେ ତାର ପ୍ରୟୋଗ କରାଯାଏ । ଖାସ କରି ନବରାତ୍ରୀର ପ୍ରଥମ ଦିନ ଧାନକୁ ଭିଜାଇ କଳସ ସ୍ଥାପନା କରାଯାଇଥାଏ । ତେବେ ହିନ୍ଦୁ ଧର୍ମ ଅନୁସାରେ ଏପରି କରିବା ଦ୍ୱାରା ମା ଦୁର୍ଗାଙ୍କ ଆର୍ଶିବାଦ ଏବଂ କୃପା ମିଳିଥାଏ । ଏହି ନବରାତ୍ରୀରେ ସ୍ଥାପନା ହୋଇଥିବା କଳସର ଧାନ ଗଜା ବାହାରି ଗଛ ହୋଇଥାଏ ଏବଂ ତାର ଶସ୍ୟର ରଙ୍ଗ ଅନେକ ପ୍ରକାର ସଂଙ୍କେତ ଦେଇଥାଏ ।

ଧାନର ଏହି ରଙ୍ଗ ଦେଇଥାଏ ଶୁଭ ସଂକେତ:ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଳଶ ସ୍ଥାପନା ସମୟରେ ବୁଣାଯାଇଥିବା ଧାନରୁ ବାହାରିଥଇବା ଗଜା ଏବଂ ତାର ରଙ୍ଗ ଅନେକ ପ୍ରକାର ସଙ୍କେତ ଦେଇଥାଏ । ତେବେ ଏହି ନବରାତ୍ରୀହରେ ବୁଣା ଯାଇଥିବା ଧାନ ଯଦି ଶୀଘ୍ର ଗଜା ହୋଇ ଗଛ ହୁଏ ଏବଂ ତାର ରଙ୍ଗ ଯଦି ସବୁଜ କିମ୍ବା ହାଲୁକା ହଳଦିଆ ରଙ୍ଗର ହୁଏ ତେବେ ଏହାକୁ ଶୁଭ ସଂଙ୍କେତ ବୋଲି ବିବେଚନା କରାଯାଏ । ଏହି ସଙ୍କେତର ଅର୍ଥ ହେଉଛି ଆପଣଙ୍କ ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏତି ସହିତ ଯଦି ଏହି ଶସ୍ୟର ରଙ୍ଗ ଧଳା ଆସେ ତେବେ ଏହା ସଂଙ୍କେତ ଦିଏ କି ମା ଦୂର୍ଗା ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଛନ୍ତି । ଏଥିସହିତ ସେ ଆପଣଙ୍କ ଉପରେ ସର୍ବଦା ତାଙ୍କର କୃପା ଦୃଷ୍ଟି ରଖିଛନ୍ତି ।

ଅଶୁଭ ସଂକେତ ଦେଇଥାଏ ଏହି ରଙ୍ଗ: ନବରାତ୍ରୀ ପୂର୍ବଦିନରୁ ବୁଣାଯାଇଥିବା ଧାନ ଯଦି ସଠିକ ଭାବରେ ବଢେ ନାହିଁ କିମ୍ବା ଧ୍ୟାନ ରଖିବା ପରେ ମଧ୍ୟ ଶୁଖିଯାଇ ଶସ୍ୟ ଝଡିଯାଏ, ତେବେ ଏହା ବହୁତ ଅଶୁଭ ଫଳ ଦେଇଥାଏ । ଏହି ସଂକେତର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା ଆସିବାକୁ ଯାଉଛି । ଏଥିସହିତ ଘରେ ଅଶାନ୍ତି ଏବଂ ନକରାତ୍ମକ ଶକ୍ତିର ପ୍ରବେଶ ହେବାକୁ ଯାଉଛି । ତେବେ ଆପଣ ଯଦି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିଷ୍ଠାର ସହିତ ମାଙ୍କ ଆରାଧନା କରିବା ଆବଶ୍ୟକ ।

Get real time updates directly on you device, subscribe now.