fbpx

ଅବକାରୀ ବିଭାଗର SP ପାହ୍ୟାରୁ Constable ପର୍ଯ୍ୟନ୍ତ ୨୨ ଶହ କର୍ମଚାରୀଙ୍କୁ ମିଳିବ ଖାକି ପୋଷାକ ଭତ୍ତା, ନିର୍ଦ୍ଦେଶନାମା ଜାରି କଲା ଗୃହ ବିଭାଗ

ନୂଆଦିଲ୍ଲୀ: ଏଣିକି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଖାକି ପୋଷାକ ପିନ୍ଧିବେ । ଅତିରିକ୍ତ କମିସନର, ଯୁଗ୍ମ କମିସନର ଓ ଡେପୁଟି କମିସନର ପାହ୍ୟାରେ ଥିବା ୧୧ ଜଣ ବରିଷ୍ଠ ଅଧିକାରୀଙ୍କୁ ଖାକି ପିନ୍ଧିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ପୋଲିସଙ୍କ ଭଳି ଏମାନଙ୍କୁ ପ୍ରତ୍ୟେକ ବର୍ଷ ପୋଷାକ ଭତ୍ତା ପ୍ରଦାନ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ।

ପୂର୍ବରୁ ଅବକାରୀ ବିଭାଗର ଏହି ତିନି ପାହ୍ୟାର ଅଧିକାରୀଙ୍କୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳୁ ନଥିଲା ।ଏବେ ଅବକାରୀ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ବିଭାଗର ଏସପି ପାହ୍ୟାରୁ କନଷ୍ଟେବଳ ପାହ୍ୟା ପର୍ଯ୍ୟନ୍ତ ପାଖାପାଖି ୨୨ ଶହ କର୍ମଚାରୀ ଓ ଅଧିକାରୀଙ୍କୁ ଖାକି ପୋଷାକ ବାବଦ ଭତ୍ତା ପ୍ରଦାନ କରାଯିବା ନେଇ ଚିଠିରେ ଦର୍ଶାଯାଇଛି ।

ସୂଚନାଯୋଗ୍ୟ ଯେ, ପୋଲିସ ବିଭାଗର ଓପିଏସ ଓ ଏଏପିଏସ ପାହ୍ୟାର ଅଫିସରଙ୍କୁ ପୋଷାକ ବାବଦ ଭତ୍ତା ଟଙ୍କା ମିଳୁନଥିଲା । ଏନେଇ ନିୟମ ପରିବର୍ତ୍ତନ କରାଯାଇ ଗତ ମାର୍ଚ୍ଚ ୩୦ରେ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

Get real time updates directly on you device, subscribe now.