fbpx

ଏସପି ଦେଖାଇଲେ ମାନବିକତା: ସଡ଼କ ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ରକ୍ତଦେଇ ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ରକ୍ତଦାନ ଦାନ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଏସପି । ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଘଟାଇ ଅଧିକାଂଶ ଲୋକ ଫେରାର ହୋଇଯାଉଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏହି ଅଧିକାରୀଙ୍କ ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ଚନ୍ଦନ ସିହ୍ନା ।

ଜଣାପଡ଼ିଛି ଯେ, ସଲମାନ ନାମକ ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ତାଙ୍କର ବି ଗ୍ରୁପର ରକ୍ତ ଆବଶ୍ୟକ ପଡ଼ିବାରୁ ରୋଗୀଙ୍କ ସଂପର୍କୀୟମାନେ ଏନେଇ ସୋସିଆଲ ମିଡିଆରେ ଅପିଲ କରିଥିଲେ । ତେବେ ଏହି ଖବର ସୋସିଆଲ ମିଡିଆରୁ ପାଇବା ପରେ ଏସପି ଚନ୍ଦନ ମେଦିନୀନଗର ଏମଏମସିଏଚ ବ୍ଲକ ବ୍ୟାଙ୍କରେ ପହଞ୍ଚି ଉକ୍ତ ରୋଗୀଙ୍କୁ ରକ୍ତଦାନ କରିଥିଲେ । ରକ୍ତଦାନ କରିବା ପରେ ଏସପି କହିଥିଲେ ଯେ, ପୋଲିସ ଯବାନ ଥିବା ପର୍ଯ୍ୟନ୍ତ ପଲାମୁ ଜିଲ୍ଲାରେ କାହାର ରକ୍ତର ଅଭାବ ହେବ ନାହିଁ । ଏସପିଙ୍କ ଏହି ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଗୋଟିଏ ଦିନରେ ଜିଲ୍ଲାର ଅନେକ ଯୁବକ ହସ୍ପିଟାଲ ଆସି ବ୍ଲଡ ବ୍ୟାଙ୍କରେ ରକ୍ତଦାନ କରିଛନ୍ତି । ତେବେ ଏପରି ଏସପି ଥିଲେ ସାଧାରଣ ଜନତାଙ୍କ ଦୁଃଖ ଦୂର ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.