TMCର ୫୯ ବିଧାୟକଙ୍କ ସମର୍ଥନ ପତ୍ର ଗ୍ରହଣ କଲେ ବାଚସ୍ପତି, ଆଇ କିଛି ସମୟରେ ବଡ଼ ଘୋଷଣା
ଟିଏମସି ନେତା କଲ୍ୟାଣ ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ରଥୀନ୍ଦ୍ର ବୋଷଙ୍କୁ 'ଏକ୍ସ' (X) ମାଧ୍ୟମରେ ଦଳର ବିଧାୟକ ଦଳର କିଛି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି ଯେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ସଦନର ନେତା ଭାବେ ନିଯୁକ୍ତ କରାଯାଇଛି।
କୋଲକାତା: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ବର୍ତ୍ତମାନ ଆଭ୍ୟନ୍ତରୀଣ ଗୋଷ୍ଠି କନ୍ଦଳ ଦେଇ ଦେଇ ଗତି କରୁଛି। ଦଳରୁ ବହିଷ୍କୃତ ନେତା ରିତବ୍ରତ ବାନାର୍ଜୀ ୫୯ ଜଣ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ରଥୀନ୍ଦ୍ର ବୋଷଙ୍କୁ ପ୍ରଦାନ କରିଛନ୍ତି।
ବାଚସ୍ପତି ଏହି ପତ୍ରକୁ ଗ୍ରହଣ କରିଥିବା ବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ତେବେ ରାଜନୈତିକ ବିଶେଷଜ୍ଞମାନେ ଏହି ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ମମତା ବାନାର୍ଜୀଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ବୟାନ ମିଳିନାହିଁ।
ଅନ୍ୟପକ୍ଷରେ, ଟିଏମସି ନେତା କଲ୍ୟାଣ ବାନାର୍ଜୀ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସମ୍ପର୍କରେ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କୁ ‘ଏକ୍ସ’ (X) ମାଧ୍ୟମରେ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ସଦନର ନେତା, ଅଶୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପ-ନେତା ତଥା ଫିରହାଦ ହାକିମଙ୍କୁ ମୁଖ୍ୟ ସଚେତକ (ଚିଫ୍ ହ୍ୱିପ୍) ଭାବେ ନିଯୁକ୍ତ କରାଯାଇଛି।
ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତୃଣମୂଳ କଂଗ୍ରେସ ସୋମବାର ଦିନ ଦୁଇ ବିଧାୟକ ସନ୍ଦୀପନ ସାହା ଏବଂ ରିତବ୍ରତ ବାନାର୍ଜୀଙ୍କୁ ତୁରନ୍ତ ପ୍ରଭାବରୁ ବହିଷ୍କାର କରିଥିଲା।
