fbpx

ବିନା ହେଲେମେଟରେ ଗାଡ଼ି ଚଳାଉଥିଲେ ସାବଧାନ୍, ଆରମ୍ଭ ହେବାକୁ ଯାଉଛି ସ୍ପେଶାଲ୍ ଡ୍ରାଇଭ୍, ଧରାପଡ଼ିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ପକ୍ଷରୁ ଦୁଇ ସପ୍ତାହ ଧରି ସ୍ପେଶାଲ ଡ୍ରାଇଭ୍ କରିବାକୁ ଯାଉଛି । ଏହି ସ୍ପେଶାଲ ଡ୍ରାଇଭ୍ ବିନା ହେଲମେଟରେ ଗାଡ଼ି ଚାଳନାକୁ ରୋକିବା ପାଇଁ କରାଯିବ । ଜାତୀୟ ରାଜପଥ (ଏନଏଚ)  ଓ ରାଜ୍ୟ ରାଜପଥ (ଏସଏସ) ରେ ଏସିଟିଏ ପକ୍ଷରୁ ଅଗଷ୍ଟ ୧୬ ରୁ ୩୦ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ୍ କରାଯିବ ।

ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱୱାଲ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଘଟିଥିବା ଦୁର୍ଘଟଣା ଅଧିକାଂଶ ଦୁଇ ଚକିଆ ଚାଳକଙ୍କ ସହ ଜଡିତ। କ୍ରମାଗତ ଭାବରେ କାର୍ଯ୍ୟାନୁଷ୍ଠାନ ହେତୁ ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ରାଜପଥରେ ହେଲମେଟ ପିନ୍ଧୁନାହାଁନ୍ତି, ଯେତେବେଳେକି ରାଜପଥରେ ଅଧିକ ସୁରକ୍ଷା ଆବଶ୍ୟକ ହୋଇଥାଏ ।

ତେବେ ଏହି ସ୍ପେଶାଲ ଡ୍ରାଇଭ ବେଳେ ବାଇକରେ ୩ ଜଣ ଯିବା ଧରାପଡ଼ିଲେ, ୧୮ ବର୍ଷରୁ କମ୍ ପିଲା ଗାଡ଼ି ଚଳାଉଥିଲେ ଦଣ୍ଡିତ ହେବ । ସେହିପରି ହେଲମେଟ୍ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜରିମାନ ଦେବାକୁ ପଡ଼ିବ ଏମିତିକି ପିଲଅନ୍ ରାଇଡର ହେଲମେଟ୍ ପିନ୍ଧି ନଥିଲେ ଚାଳକଙ୍କ ଲାଇସେନ୍ସ ୩ ମାସ ବାତିଲ୍ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.