fbpx

ବି. ଟେକ୍ ପ।ଇଁ ସ୍ପେଶାଲ ଓଜେଇଇ; ଜାଣନ୍ତୁ ଫି ଦାଖଲର ଶେଷ ତାରିଖ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବି ଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶ ପାଇଛି ଓଜେଇଇର ସ୍ୱତନ୍ତ୍ର ବିଜ୍ଞପ୍ତି । ବି ଟେକ୍ ଆଡମିଶନ ପାଇଁ ଗୁରୁବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓଜେଇଇ ପରେ ଖାଲି ରହିଥିବା ଇଞ୍ଜିନିୟରିଂ ସିଟ୍ ଗୁଡିକରେ ଆଡମିଶନ କରାଯିବ ।

ଜୁଲାଇ ୨୩ରୁ ଆବେଦନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ସେହିପରି ଅଗଷ୍ଟ ୧୦ ତାରିଖରେ ଆବେଦନର ଶେଷ ତାରିଖ ବୋଲି କୁହାଯାଇଛି । ଅଗଷ୍ଟ ୧୨ ତାରିଖ ମଧ୍ୟରେ ଫି ଦାଖଲ କରାଯାଇପାରିବ ବୋଲି ଓଜେଇଇ ଅଧ୍ୟକ୍ଷ କହିଛନ୍ତି ।

Get real time updates directly on you device, subscribe now.