OTET Result: ପ୍ରକାଶ ପାଇଲା ସ୍ବତନ୍ତ୍ର OTET ପରୀକ୍ଷାଫଳ; ୬୬.୫% ପରୀକ୍ଷାର୍ଥୀ ପାସ୍, ଏହି ଓ୍ବେବସାଇଟରେ ଦେଖିନ୍ତୁ ରେଜଲ୍ଟ
ପ୍ରକାଶ ପାଇଲା ସ୍ବତନ୍ତ୍ର OTET ରେଜଲ୍ଟ ।
ଭୁବନେଶ୍ୱର: ପ୍ରକାଶ ପାଇଲା ସ୍ପେଶାଲ OTET-୨୦୨୫ ରେଜଲ୍ଟ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ଶନିବାର ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର OTET ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।
ଉଭୟ ପେପର-I ଓ ପେପର-IIରେ ୭୫ ହଜାର ୪୦୩ ଜଣ ଶିକ୍ଷକଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ । ତେବେ ପେପର-୧ରେ ୧୨ହଜାର ୯୮୮ ଜଣ କୃତକାର୍ଯ୍ୟ କରିଥିବା ବେଳେ ପାସ ହାର ୪୭.୧୭% ରହିଛି ।
ସେହିପରି ପେପର ୨ରେ ୩୫ ହଜାର ୧୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି, ଯାହାର ପାସ ହାର ୭୮.୩୫% ରହିଛି। ମୋଟ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ନିଜ ନିଜର ରେଜଲ୍ଟ ଦେଖିପାରିବେ ।
