fbpx

ନବରାତ୍ର ପାଇଁ ଆପଣାନ୍ତୁ ଏହି ବିଶେଷ ଉପାୟ

ଧରାପୃଷ୍ଟକୁ ଅବତରଣ କରିସାରିଛନ୍ତି ଜଗତଜନନୀ ମାଆ ଦୁର୍ଗା। ମାଆଙ୍କର କୃପାଲାଭ କରିବା ପାଇଁ ବହୁ ଲୋକେ ଉପବାସ କରି ନବରାତ୍ର ବ୍ରତ ପାଳନ କରିଥାନ୍ତି। ଏହାର ଧାର୍ମିକ ମହତ୍ତ୍ୱ ରହିଛି। ପୂଜାପର୍ବ ସମୟରେ ଖାଦ୍ୟପେୟ ଓ ବିଭିନ୍ନ ଜିନିଷ କିଣିବା ଏହାର ଏକ ମୁଖ୍ୟ ଆକର୍ଷଣ। ସେପରି ଦେଖିବାକୁ ଗଲେ ନବରାତ୍ରର ୯ଦିନ ଯାଏଁ ଲୋକେ କିଛି ନା କିଛି ଜିନିଷ ନିଶ୍ଚୟ କିଣିଥାଆନ୍ତି । ମାତ୍ର ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ କିଣିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ଆସନ୍ତୁ ଜାଣିବା..

– ନିଜ ଘର କରିବାକୁ ଇଚ୍ଛା କରିଥିଲେ ମାଟିରେ ନିର୍ମିତ ଏକ ଛୋଟ ଘର ଆଣି ପୂଜାସ୍ଥଳରେ ରଖନ୍ତୁ।

– ଆରୋଗ୍ୟରୁ ମୁକ୍ତି ପାଇଁ ନବରାତ୍ରର ପ୍ରଥମରୁ ଅନ୍ତିମ ଦିନ ଯାଏଁ ଗାଈ ଘିଅ କିଣନ୍ତୁ।

– ବିଦେଶ ଯାତ୍ରା ପାଇଁ ଇଚ୍ଛା ଥିଲେ ନବରାତ୍ର ମଧ୍ୟରେ ଏକ ଧ୍ୱଜା କିଣି ଏହାକୁ ପୂଜା କରି ନବମୀ ଦିନ ମନ୍ଦିରରେ ଅର୍ପଣ କରନ୍ତୁ।

– ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଚାନ୍ଦିର ଯେକୌଣସି ଜିନିଷ କିଣି ଦେବୀ ମା’ଙ୍କୁ ଅର୍ପଣ କରନ୍ତୁ।

– କର୍ମକ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ୩ଟି ନଡିଆ ଆଣି ପ୍ରଥମେ ଘରେ ରଖନ୍ତୁ। ନବମୀ ଦିନ ମନ୍ଦିରରେ ଦିଅନ୍ତୁ।

– ବିଭିନ୍ନ ଶୁଭଫଳ ପାଇଁ ଘରକୁ ଧୂପ, ଦୀପ, ଅଗରବତୀ , ଚମକୁଥିବା ଧଳା ଜିନିଷ କିଣି ଆଣନ୍ତୁ।

– ଏହି ନଅ ଦିନ ମଧ୍ୟରେ ଯେକୌଣସି ଗୋଟିଏ ଦିନ କିନ୍ନରଙ୍କ ଠାରୁ ପଇସା ନେଇ ଏହାକୁ ନିଜ ପାଖରେ ରଖନ୍ତୁ।

– ସୌଭାଗ୍ୟ ବୃଦ୍ଧି ପାଇଁ ସମସ୍ତ ଶୃଙ୍ଗାର ଜିନିଷ ଚୁଡ଼ି, କଳା, କୁଙ୍କୁମ, ମଙ୍ଗଳସୂତ୍ର, ଗୋଡ଼ ମୁଦି, ଓଢଣୀ, କିଣନ୍ତୁ ଓ ମା’ଙ୍କୁ ଅର୍ପଣ କରନ୍ତୁ।

– ନବରାତ୍ରର ଶେଷ ଦିନ ଲାଲ ରେଶମୀ ସୂତା କିଣି ଏଥିରେ ୯ଟି ଗଣ୍ଠି ପକାଇ ଦେବୀଙ୍କୁ ସମର୍ପଣ କରି ନିଜ ପାଖରେ ରଖନ୍ତୁ। ସର୍ବଦା ସଫଳତା ମିଳିବ।

Get real time updates directly on you device, subscribe now.