fbpx

(Video) ଯୁଦ୍ଧରେ ଗୋଡ଼ ହରାଇ ଅକ୍ଷମ ହୋଇଥିଲେ ଋଷ ସୈନିକ: ଗାର୍ଲଫ୍ରେଣ୍ଡଙ୍କୁ ଏମିତି କଲେ ପ୍ରପୋଜ୍…

ଋଷ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି । ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଫେବୃଆରୀ ୨୪ ଠାରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଅନେକ ଯୁଦ୍ଧ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଅନେକ ଧନଜୀବନ ନଷ୍ଟ ହୋଇଛି । ଯୁଦ୍ଧର ଅନେକ ଛାତିଥରା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଜଣେ ଶାରୀରିକ ଅକ୍ଷମ ଥିବା ଜଣେ ୟୁକ୍ରେନର ସୁରକ୍ଷା କର୍ମୀ ତାଙ୍କ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ୍ କରୁଛନ୍ତି । ଯାହା ଏବେ ଭାଇରାଲ ହେଉଛି ଏବଂ ଏହା ଅନେକ ଲୋକଙ୍କ ହୃଦୟକୁ ଛୁଇଛିଁ ।

ଭିଡିଓରେ ଦେଖାଯାଉଛି ଯେ ଯୁବକ ଜଣକ ଅନ୍ୟ  ଜଣେ ଯୁବକଙ୍କ ସହାୟତାରେ ଆଣ୍ଠୁ ମାଡ଼ି ବସୁଛନ୍ତି । ସେପଟେ ତାଙ୍କ ଗାର୍ଲଫ୍ରେଣ୍ଡ୍ ଜଣକ ଆଖିରେ ପଟି ବନ୍ଧାଯାଇଛି ତାଙ୍କୁ ସରପ୍ରାଇଜ୍ ଦେବାପାଇଁ । ଏହାପରେ ସେ ଏକ ରିଙ୍ଗ୍ ବାହାର କରୁଛନ୍ତି ଏବଂ ଏକ ସୁନ୍ଦର ଉପାୟରେ ପ୍ରପୋଜ୍ କରୁଛନ୍ତି । ଆଉ ତାଙ୍କ ଗାର୍ଲଫ୍ରେଣ୍ଡ୍ ମଧ୍ୟରେ ତାଙ୍କୁ ପ୍ରପୋଜକୁ ଗ୍ରହଣ କରୁଛନ୍ତି । ଏହାପରେ ଉଭୟ ଉଭୟଙ୍କୁ କିସ୍ କରୁଛନ୍ତି । ଏହି ସମୟରେ ତାଙ୍କ ଆଖ ପାଖରେ ଥିବା ଲୋକମାନେ ତାଙ୍କୁ ଉତ୍ସାହିତ କରୁଛନ୍ତ, ଆଉ ସମସ୍ତେ ଖୁସିର ମାହୋଲକୁ ସେଲିବ୍ରେଟ କରୁଛନ୍ତି । ସେପଟେ ଏହି ଭିଡିଓ ୟୁଜର୍ସଙ୍କୁ ଖୁବ୍ ପସନ୍ଦ ଆସିଛି ଏବଂ ପ୍ରେମର ଏକ ଏଭଳି ଉଦାହରଣକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by WedWorld Magazine (@wedworldmagazine)

Get real time updates directly on you device, subscribe now.