fbpx

୮୦ ଜଣ ପାଇଲଟ୍‌ଙ୍କୁ ତିନିମାସିଆ ଅବୈତନିକ ଛୁଟି ଦେଲା ଏୟାରଲାଇନ୍ସ ସ୍ପାଇସ୍‌ଟ୍

ନୂଆଦିଲ୍ଲୀ : ଖର୍ଚ୍ଚକାଟ୍‌ ଉଦ୍ଦେଶ୍ୟରେ ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଟ୍ ପକ୍ଷରୁ ୮୦ ଜଣ ପାଇଲଟ୍‌ଙ୍କୁ ତିନିମାସିଆ ଅବୈତନିକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ୪ ବର୍ଷ ଧରି ସ୍କାଇସ୍କେଟ୍ କ୍ଷତିରେ ବର୍ତ୍ତମାନ ଏୟାରଲାଇନ୍ସ ଚାଲୁଛି । ନିକଟରେ ୯୦ରୁ ଅଧିକ ବିମାନ ଥିବାବେଳେ ସେଥିମଧ୍ୟରୁ କେବଳ ୫୦ଟି ବିମାନ ଆକାଶରେ ଉଡୁଛି । ଚଳିତବର୍ଷ ଏହାର ଏକାଧିକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସାଙ୍ଗକୁ ଜରୁରୀ ଅବତରଣ କରିବାରୁ ଡିଜିସିଏ ଏହାର ଉଡାଣ ଉପରେ କଟକଣା ଲାଗୁ କରିଛନ୍ତି ।

ତେଣୁ କ୍ଷତି ଭରଣା କରିବାକୁ Spicejet ପାଇଲଟ୍‌ଙ୍କୁ ଛୁଟିରେ ଯିବାକୁ କୁହାଯାଇଛି । ୨୦୧୯ରେ ବୋଇଂ ବି୭୩୭ ମ୍ୟାକ୍ସ ବିମାନକୁ ସେବାରହିତ କରାଯିବାପରେ ସ୍କାଇସ୍କେଟ୍ ୩୦ ପାଖାପାଖୁ ବିମାନ କିଣିଥିଲା । ମ୍ୟାକ୍ସ ବିମାନ ପୁଣି ଉଡାଣ ଅନୁମତି ପାଇବ , ସେହି ଆଶାରେ କମ୍ପାନୀ କର୍ତ୍ତୃପକ୍ଷ ପାଇଲଟ୍‌ଙ୍କୁ ଦରମା ଦେଇ ରଖୁଥିଲା । ବର୍ତ୍ତମାନ ମ୍ୟାକ୍ସ ବିମାନ ଉଡିବାର ସମ୍ଭାବନା ନଥିବାରୁ କମ୍ପାନୀ ୪୦ ଜଣ ମ୍ୟାକ୍ସ ପାଇଲଟ୍‌ଙ୍କୁ ଛୁଟିରେ ପଠାଇଛି । କ୍ଷତି ଭରଣା କରିବାକୁ ମାର୍କେଟରୁ ୨୦ କୋଟି ଡଲାର ଋଣ ଯୋଗାଡ କରାଯିବ ବୋଲି ସ୍କାଇସ୍କେଟ୍ ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂହ ଘୋଷଣା କରିସାରିଛନ୍ତି ।

ସ୍ପାଇସଜେଟ୍ କହିଛନ୍ତି, “LWP (ବେତନ ବିନା ଛୁଟି) ଅବଧିରେ, ପାଇଲଟ୍ମାନେ ଅନ୍ୟ ସମସ୍ତ କର୍ମଚାରୀଙ୍କ ସୁବିଧା ପାଇଁ ଯୋଗ୍ୟ ରହିବେ ଯଥା ସମସ୍ତ ବୀମା ସୁବିଧା ପାଇବେ । କିଛି ପାଇଲଟଙ୍କୁ ବିନା ବେତନରେ ଛୁଟିରେ ରଖିବା ପରେ ମଧ୍ୟ ସ୍ପାଇସଜେଟ୍ କହିଛି ଯେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଚଳାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପାଇଲଟ୍ ରହିବେ ଏବଂ ଯେତେବେଳେ ବିମାନ ଉପରେ DGCA ପ୍ରତିବନ୍ଧକ ହଟାଯିବ।ସ୍ପାଇସଜେଟରେ ଯଥାକ୍ରମେ FY19, FY20, FY21 ଏବଂ FY22 ରେ ୩୧୬ କୋଟି, ୯୩୪ କୋଟି, ୯୯୮ କୋଟି ଏବଂ ୧,୭୨୫ ​​କୋଟି ଟଙ୍କା କ୍ଷତି ହୋଇଛି।

Get real time updates directly on you device, subscribe now.