fbpx

(Video) ସ୍ପାଇଡରମ୍ୟାନ ଲଗାଇଲା ଦେଶୀ ଠୁମକା: ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ…

ବଦଳିଛି ସମୟ… ସିନେମା, ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ଦ୍ୱାରା କୌଣସି ଏକ ଘଟଣା ଦୁନିଆର ଗୋଟିଏ କୋଣରୁ ଅନ୍ୟ କୋଣରେ ପହଞ୍ଚିପାରୁଛି । ପୂର୍ବରୁ ଏସବୁ ହୋଇପାରୁନଥିଲା, କିନ୍ତୁ ଏବେ ଏହା ସହଜରେ ହୋଇଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ ଏଭଳି ଦେଖିବାକୁ ମିଳୁଛି । ଯେଉଁଠାରେ ବଙ୍ଗାଳୀ ଲୋକନୃତ୍ୟରେ ସ୍ପାଇଡରମ୍ୟାନ ମଧ୍ୟ ଠୁମକା ଲଗାଉଥିବାର ନଜର ଆସିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଶାନ୍ତିନିକେତନର ସୋନାଜୁରୀର ଏକ ବଜାରର, ଯେଉଁଠାରେ ସ୍ପାଇଡରମ୍ୟାନ ଭାବରେ ଜଣେ ବ୍ୟକ୍ତି ନାଚୁଥିବାର ନଜର ଆସିଛନ୍ତି । ସେ ସେଠାରେ ସାନ୍ତାଳୀ ସଂଙ୍ଗୀତରେ ନୃତ୍ୟ କରୁଥିବା ଲୋକଙ୍କ ସହ ମିଶି ନୃତ୍ୟ କରୁଛନ୍ତି । ମଜାଦାର ଢଙ୍ଗରେ ସ୍ପାଇଡରମ୍ୟାନ୍ ର ନାଚ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ଦେଖି ଖୁବ୍ ମଜା ମଧ୍ୟ ନେଉଛନ୍ତି ।

ଯେଉଁଭଳି ଭାବରେ ସ୍ପାଇଡରମ୍ୟାନର ପୋଷାକ ପିନ୍ଧି ମହିଳାଙ୍କ ମଧ୍ୟରେ ନାଚକୁଦ କରୁଛନ୍ତି, ତାହା ଦେଖିଲେ ଆପଣ ନିଶ୍ଚୟ ହସିବେ । ସେପଟେ ଏହି ଭିଡିଓକୁ ଦେଖି ଅନେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.