fbpx

Splitsvilla 9 ଫେମ୍ ଆଦିତ୍ୟ ସିଂ ରାଜପୁତଙ୍କ ବିୟୋଗ ; ବାଥରୁମରୁ ମିଳିଲା ମୃତ ଶରୀର, ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ମୁୁମ୍ବାଇ : ଅଭିନେତା, ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ ଆଜି ତାଙ୍କ ଆନ୍ଧେରି ସ୍ଥିତ ଘରୁ ଉଦ୍ଧାର ହୋଇଛି । ଆଦିତ୍ୟ ସିଂ ରାଜପୁତଙ୍କ ବନ୍ଧୁ ତାଙ୍କୁ ବାଥରୁମରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ । ପରେ ୱାଚମ୍ୟାନକୁ ଡାକି ତାଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ଆଦିତ୍ୟ ସିଂ ରାଜପୁତଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଆଦିତ୍ୟ ସିଂ ରାଜପୁତ ମୁମ୍ବାଇର ଜଣେ ଅଭିନେତା, ମଡେଲ ଏବଂ କାଷ୍ଟିଂ କୋ-କୋର୍ଡିନେଟର ଭାବରେ ଜଣାଶୁଣା ଥିଲେ। ଆଦିତ୍ୟ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ଅବସ୍ଥିତ ଏକ ଉଚ୍ଚ ଅଟ୍ଟାଳିକାର ଏକାଦଶ ମହଲାରେ ରହୁଥିଲେ।

ଅଭିନେତା ଆଦିତ୍ୟ ସିଂ ରାଜପୁତ ଗତକାଲି ରାତିରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ତାଙ୍କର କିଛି ସାଙ୍ଗଙ୍କ ସହ ପାର୍ଟି କରୁଥିବା ଜଣାପଡିଛି। ପାର୍ଟିରେ କ’ଣ ଘଟିଥିଲା ଯେ ଆଦିତ୍ୟ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଛି, ପୋଲିସ ଏହାର ତଦନ୍ତ କରିବ। ଆଦିତ୍ୟ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ପୁଣି ସତେଜ କରିଛି । ଉଭୟଙ୍କ ମୃତ୍ୟୁରେ ସାମଞ୍ଜସ୍ୟ ଥିବାରୁ ଏହାକୁ ମଧ୍ୟ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଛି ।

Get real time updates directly on you device, subscribe now.