fbpx

ଏପ୍ରିଲ୍ ୧୯ ରୁ ରାଜ୍ୟର ସମସ୍ତ କ୍ରୀଡା ହଷ୍ଟେଲ୍ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର ୧୬ ।୪ (ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡା ବିଭାଗ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ କ୍ରୀଡା ହଷ୍ଟେଲ୍ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ୍ ୧୯ ତାରିଖରୁ ରାଜ୍ୟର ସମସ୍ତ କ୍ରୀଡା ହଷ୍ଟେଲ୍ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ କ୍ରୀଡା ବିଭାଗ । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦେଖି ଏଭଳି ନିଷ୍ପିତି ନଆଯାଇଛି । ଏନେଇ ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମର ପ୍ରାଥମିକତା ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୧୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ରେ ପହଞ୍ଚିଛି ।

Get real time updates directly on you device, subscribe now.