fbpx

ପାର୍ବଣକୁ ନେଇ ଏସଆରସି ଦେଲେ ସ୍ୱତନ୍ତ୍ର ଗାଇଡଲାଇନ୍, ପଢ଼ନ୍ତୁ ବିସ୍ତୃତ ଭାବରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ରିଲିଫ୍ କମିଶନର ଆଜି ପାର୍ବଣ କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ପାର୍ବଣରେ କୋଭିଡ୍ ଗାଇଡଲାଇନ୍ କୁ ନେଇ ସୂଚନା ପ୍ରଦାନ କରିଛନ୍ତି । ନିୟମମାନି ନୂଆଖାଇ ପାଳନ କରିବା । ମନ୍ଦିରରେ ଭିଡ ଜମାଇବା ନାହିଁ, ନିଜ ପରିବାର ଏବଂ ଗାଁକୁ ସୁରକ୍ଷିତ ରଖିବା ବୋଲି ସେ କହିଛନ୍ତି । କରୋନ କଟକଣାକୁ ମାନି ସତର୍କ ହେବା, ଗାଁ ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷୁତ ରଖିବା । କରୋନା ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରର ଭୟ ଦେଖାଦେଲାଣି । ରାଜ୍ୟରେ ଏବେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଳେ ଏହା ପରେ ବି ସତର୍କ ଜରୁରୀ ।

କୁମ୍ଭମେଳା ଓ ଓନାମରେ ହୋଇଥିବା ସଂକ୍ରମଣରୁ ଆମକୁ ଶିଖିବାର ଅଛି । ଓନାମ ପରେ କେରଳରେ ସଂକ୍ରମଣ ପୁଣି ବଢ଼ିଛି । ବିଶ୍ୱର ଅନେକ ବଡ଼ ବଡ଼ ରାଷ୍ଟ୍ର ରେ ଏବେ ପୁଣିଥରେ ସଂକ୍ରମଣ ବଢ଼ିଛି ବୋଲି କହିଛନ୍ତି ଏସଆରସି । ଖାଲି ସେତିକି ନୂହେଁ ପାର୍ବଣରେ ନିରାଡମ୍ବର ଭାବେ ପାଳନ କରିବା । ଯେହେତୁ କରୋନା ସମୟ ଚାଲିଛି । ତେଣୁ ସ୍ଥିତିକୁ ପରଖି ଚଳିବାକୁ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ପାଳନ କରିବା ବୋଲି ସେ କହିଛନ୍ତି । ଶେଷରେ ସେ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.