fbpx

IPL-2023ରେ ରିଟର୍ଣ୍ଣ କରିବେ ଶ୍ରୀସନ୍ଥ: ବୋଲରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ବିଶ୍ୱର ଅନେକ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜି ପାଇଁ ନିଜ ଜଲୱା ଦେଖାଇବେ । ତେବେ ଏମାନଙ୍କ ବ୍ୟତୀତ ବିଶ୍ବର କିଛି ପୁରୁଣା ଖେଳାଳିମାନେ ମଧ୍ୟ ଏହି ସିଜନରେ କମବ୍ୟାକ କରୁଥିବାର ନଜର ଆସିବେ । ତେବେ ଏଥିରେ ସବୁଠୁ ବଡ ନାଁ ଆସିଛି ଭାରତର ପୂର୍ବତନ ଷ୍ଟାର ବୋଲର ଏସ.ଶ୍ରୀସନ୍ଥ । ଦୀର୍ଘ ବର୍ଷ ପରେ ସେ ଆଇପିଏଲକୁ ରିଟର୍ଣ୍ଣ କରିବାକୁ ଯାଉଛନ୍ତି ।

ଚଳିତବର୍ଷ ଆଇପିଏଲରେ ଶ୍ରୀସନ୍ଥଙ୍କୁ ମିଳିଛି ଏକ ନୂଆ ଦାୟିତ୍ୱ । ଦୀର୍ଘ ବର୍ଷର ବ୍ୟବଧାନ ପରେ ସେ ଏଥର ଆଇପିଏଲକୁ କମବ୍ୟାକ କରିବେ । ତେବେ ଏଥିପାଇଁ ତାଙ୍କୁ ଏକ ନୂଆ ଦାୟିତ୍ୱ ମିଳିଛି । ଆଇପିଏଲ-୨୦୨୩ରେ କମେଣ୍ଟ୍ରି ପ୍ୟାନେଲରେ ନିଜର ଡେବ୍ୟୁ କରିବେ ଶ୍ରୀସନ୍ଥ । ଆଇପିଏଲ-୨୦୨୨୩ର ଅଫିସିଆଲ ପ୍ରସାରକ ଷ୍ଟାର ସ୍ପୋର୍ଟସ ମଙ୍ଗଳବାର କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି । ଏହି ତାଲିକାରେ ଶ୍ରୀସନ୍ଥଙ୍କ ନାମ ମଧ୍ୟ ସାମିଲ ରହିଛି । ଅନେକ ବର୍ଷ କ୍ରିକେଟରୁ ଦୂରେଇ ରହିବା ପରେ ଚଳିତବର୍ଷରୁ ସେ ପୁଣି ଥରେ କ୍ରିକେଟ ସହ ଯୋଡି ହେବେ । ତାଙ୍କ ସହିତ ଆହୁରି ଅନେକ ପୂର୍ବତନ କ୍ରିକେଟର କମେଣ୍ଟ୍ରି ବକ୍ସରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଶ୍ରୀସନ୍ଥଙ୍କ ସହିତ ଚଳିତବର୍ଷ ଦୁଇ ଜଣ ଟି-୨୦ ବିଶ୍ୱକପ ବିଜେୟୀ ଅଧିନାୟକ ପଲ କଲିଙ୍ଗଉଡ ଏବଂ ଆରୋନ ଫିଞ୍ଚ ମଧ୍ୟ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିବେ । ଏମାନଙ୍କ ବ୍ୟତୀତ କେଭିବ ପିଟରସନ, ଡାନି ମୋରିସନ, ପୂର୍ବତନ କୋଚ ଜ୍ୟାକ କାଲିସଙ୍କ ସହ ଡାଭିଡ ହସୀ, ସିଏସକେର ଲିଜେଣ୍ଡ ମାଥ୍ୟୁ ହେଡେନ ମଧ୍ୟ ଏହି ପ୍ୟାନେଲରେ ଯୋଡି ହେବେ । ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ବତନ ଲେଗ୍ ସ୍ପିନର ଇମ୍ରାନ ତାହିର, ଟମ ମୁଡି, ଡାନିଏଲ ଭିଟ୍ଟୋର. ସାଇମନ କେଟିଚ ରଣନୀତି ଏବଂ ଖେଳର ବିଶ୍ଳେଷଣ କରିବେ । ଭାରତର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହୱାଗ ଏବଂ ପୂର୍ବ ମହିଳା କ୍ରିକେଟର ମିତାଲି ରାଜ୍ ସାମିଲ ହେବେ । ତେବେ ଭାରତର ପଠାନ ବ୍ରଦର୍ସ ସାଙ୍ଗକୁ ସିଏସକେର ପୂର୍ବତନ ଖେଳାଳି ମୁରଲୀ ବିଜୟ, ଲକ୍ଷ୍ମୀପତି ବାଲାଜୀ ଏବଂ ଏସ. ବଦ୍ରୀନାଥ କମେଣ୍ଟ୍ରି ବକ୍ସରେ ନିଜର ଡେବ୍ୟୁ କରିବେ ।

Get real time updates directly on you device, subscribe now.