fbpx

ହାଇଦ୍ରାବାଦ ଦଳରେ ଖେଳିଗଲା ମାୟୁସି: ଅଧାରୁ ଦଳ ଛାଡି ଘରକୁ ଫେରିବେ ଖୋଦ ଅଧିନାୟକ ୱିଲିୟମସନ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ଏକ ବଡ ଝଟକା । ସିଜନ ଅଧାରୁ ଦଳର ହାତ ଛାଡିବାକୁ ଯାଉଛନ୍ତି ଖୋଦ ଅଧିନାୟକ କେନ ୱିଲିୟମସନ । ଦ୍ୱିତୀୟ ଥର ପାଇଁ ପିତା ହେବା ଖୁସିକୁ ପରିବାର ସହିତ କାଟିବା ପାଇଁ ସେ ଏବେ ସ୍ୱଦେଶ ଫେରି ଯାଇଛନ୍ତି । ଏ ନେଇ ଦଳ ତରଫରୁ ଅଫିସିଆଲ ଭାବରେ ଏ ନେଇ ଘୋଷଣା କରିଛି ହାଇଦ୍ରବାଦ ।

ମେ ୨୨ ତାରିଖ ପଞ୍ଜାବ ବିପକ୍ଷରେ ଚଳିତ ସିଜନର ଶେଷ ମ୍ୟାଚ ଖେଳିବେ ୱିଲିୟମସନ । ତେବେ ଏହାପରେ ହାଇଦ୍ରବାଦର ଏକ ମ୍ୟାଚ ପାଇଁ ସେ ଉପଲବ୍ଧ ହୋଇପାରିବେ ନାହିଁ । ଏ ନେଇ ନିଜେ ସେ ପ୍ରକାଶ କରିଥିବା ବେଳେ ଫ୍ରାଞ୍ଚାଇଜି ତରଫରୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛି । ତାଙ୍କ ଫଟୋ ଦେଇ ଟ୍ୱିଟ କରିଛି ସନରାଇଜର୍ସ ହାଇଦ୍ରାବାଦ । ଆମ ଅଧିନାୟକ ପରିବାରରେ ନୂଆ ସଦସ୍ୟ ସହ ଯୋଡି ହେବା ପାଇଁ ନ୍ୟୁଜିଲାଣ୍ଡ ପ୍ରତ୍ୟବର୍ତ୍ତନ କରୁଛନ୍ତି । ଦଳର ସମସ୍ତ ମେମ୍ବର ତାଙ୍କ ପତ୍ନୀଙ୍କ ସୁରକ୍ଷିତ ଡେଲିଭରୀ ଏବଂ ସେମାନଙ୍କୁ ଖୁସି କାମନା କରିଛନ୍ତି । ଚଳିତ ସିଜନର ୬୫ତମ ମ୍ୟାଚରେ ମୁମ୍ବାଇକୁ ୩ ରନରେ ମାତ ଦେଇ ପ୍ଲେଅଫରେ ପହଞ୍ଚିବାର ଆଶା ଉଜ୍ଜୀବିତ କରିଛି । ତେବେ ଦଳର ଖରାପ ରନ ରେଟ ଯୋଗୁଁ ଏହି ଯାତ୍ରା କିନ୍ତୁ ଖୁବ କଷ୍ଟକର ହେବ ।

ୱିଲିୟମସନଙ୍କ ନେତୃତ୍ୱରେ ଦଳ ୧୩ଟି ମ୍ୟାଚରୁ ୬ଟିରେ ବିଜୟ ହାସଲ କରିଥିବା ବେଳେ ୭ଟି ମ୍ୟାଚରେ ପରାଜୟର ସାମନା କରିଛି । ତେଣୁ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେବେ ଦଳ ପାଇଁ ଏହି ସିଜନରେ ଶାନ୍ତ ରହିଛି ଅଧିନାୟକଙ୍କ ବ୍ୟାଟ । ୧୩ ମାଚରୁ ମୋଟ୨୧୬ ରନ ହିଁ କରି ପାରିଛନ୍ତି କେନ ୱିଲିୟମସନ ।

Get real time updates directly on you device, subscribe now.