fbpx

ଟି-୨୦ ବିଶ୍ୱ କପ୍ ପାଇଁ ଶ୍ରୀଲଙ୍କାର ୧୫ ଜଣିଆ ଦଳ ଘୋଷଣା, ଟିମକୁ ଫେରିଲେ ଦିନେଶ ଚାନ୍ଦିମାଲ ଓ କୁଶଲ ପେରେରା

ନୂଆଦିଲ୍ଲୀ : ୟୁଏଇ ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ୱ କପ୍ ପାଇଁ ପ୍ରମୁଖ ଦଳ ନିଜ ନିଜର ଦଳ ଘୋଷଣା କରି ସାରିଛନ୍ତି । ଏହି କ୍ରମରେ ଶ୍ରୀଲଙ୍କା ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିଛି । ବିଶ୍ୱ କପ୍ ପାଇଁ ଶ୍ରୀଲଙ୍କା ୧୫ ଜଣିଆ ଦଳ ଘୋଷଣା କରିଛି । ଦଶୁନ ଶନାକାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ଧନଞ୍ଜୟ ଡି ସିଲଭାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଶ୍ରୀଲଙ୍କା ୨୦୧୪ରେ ଟି-୨୦ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଚୟନକର୍ତ୍ତା ଏହି ଦଳରେ ଦିନେଶ ଚାନ୍ଦିମାଲ ଏବଂ କୁଶଳ ପେରେରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ସାମିଲ୍ କରିଛି । ଏଥିସହ ମିଷ୍ଟ୍ରି ସ୍ପିନର ମହେଶ ଥୀକ୍ଷାନାଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି । ଦଳର ଦ୍ରୁତ ବୋଲିଂ ଆକ୍ରମଣ ନେବେ ନୱାନା ପ୍ରଦୀପ । କୋଭିଡ୍-୧୯ କଟକଣା କାରଣରୁ ଦଳଗୁଡିକୁ ୪ ଖେଳାଳିଙ୍କୁ ଷ୍ଟାଣ୍ଡ ବାଇ ଭାବେ ରଖିବାକୁ ଆଇସିସି ଅନୁମତି ଦେଇଛି । ଶ୍ରୀଲଙ୍କା ଲାହିରୁ କୁମାର, ବିନୁରା ଫର୍ଣ୍ଣାଡୋ, ଅକିଳା ଧନଞ୍ଜୟ ଓ ପୁଲିନା ଥରଙ୍ଗାଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ୍ କରିଛି ।

ଟି-୨୦ ବିଶ୍ୱ କପ୍ ପାଇଁ ଶ୍ରୀଲଙ୍କାର ୧୫ ଜଣିଆ ଦଳ

ଦଶୁନ ଶନାକା(ଅଧିିନାୟକ), ଧନଞ୍ଜୟ ଡି ସିଲଭା(ଉପ ଅଧିନାୟକ), କୁଶଲ ପେରେରା, ଦିନେଶ ଚାନ୍ଦିମାଲ, ଅବିଷ୍କା ଫର୍ଣ୍ଣାଡୋ, ବି ରାଜପକ୍ଷେ, ସି ଅସଲଙ୍କା, ୱାନିନ୍ଦୁ ହସରଙ୍ଗା, ସି କରୁଣାରତ୍ନେ, ନୱାନ ପ୍ରଦୀପ, ଦୁଷ୍ମନ୍ତ ଚାମିରା, ପି ଜୟାବିକ୍ରମା, ଏଲ ମାଣ୍ଡୁଶାକା, ଏମ ଥିକଶାନା ।

ରିଜର୍ଭ ଖେଳାଳି- ଲାହିରୁ କୁମାର, ବିନୁରା ଫର୍ଣ୍ଣାଡୋ, ଅକିଳା ଧନଞ୍ଜୟ ଓ ପୁଲିନା ଥରଙ୍ଗା ।

Get real time updates directly on you device, subscribe now.