fbpx

ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ସନ୍ନ୍ୟାସର ଧମକ ଦେଲେ ଶ୍ରୀଲଙ୍କା ଖେଳାଳି !

ନୂଆଦିଲ୍ଲୀ ୧୭ ।୦୫: ଭାରତୀୟ କ୍ରିକେଟ୍ ଦଳର ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ଖେଳାଳି ନିଜ ବୋର୍ଡ ପ୍ରତି ଖପ୍ପା । ଅସନ୍ତୋଷ ଏତେ ଅଧିକ ରହିଛି ଯେ, ଖେଳାଳିମାନେ ଅବସର ନେବାକୁ ଧମକ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ଖେଳାଳି  ନୂତନ ଗ୍ରେଡିଂ ସିଷ୍ଟମରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୂତନ ଗ୍ରେଡିଂ ସିଷ୍ଟମ ଲାଗୁ କରିଛି । ଏହା ଅନୁଯାୟୀ ଖେଳାଳିଙ୍କୁ ଚାରି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରେଡିଂ ସିଷ୍ଟମ ଅନୁସାରେ ଖେଳାଳିଙ୍କୁ ପଏଂଟ ଦିଆଯିବ ଏବଂ ଏହାରି ଆଧାରରେ ସେମାନଙ୍କର ବାର୍ଷିକ ବେତନ ସ୍ଥିର ହେବ । ଏଥିରେ ଖେଳାଳିଙ୍କ ଫିଟନେସ୍‌, ବ୍ୟବହାର, ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଦର୍ଶନକୁ ପରଖା ଯିବ । ଏହା ବାଦ୍ ଖେଳାଳିଙ୍କ ନେତୃତ୍ୱ କ୍ଷମତା ଓ ଦଳ ପାଇଁ ରହିଥିବା ଯୋଗଦାନ ଆଧାରରେ ଖେଳାଳିଙ୍କୁ ପଏଂଟ ମିଳିବ ।

ଖେଳାଳି କଣ ପାଇଁ ଅସନ୍ତୁଷ୍ଟ
ଶ୍ରୀଲଙ୍କା ଖେଳାଳି ଏହି ଗ୍ରେଡିଂ ସିଷ୍ଟମରେ ଏଥିପାଇଁ ଅସନ୍ତୁଷ୍ଟ କାରଣ ଏଥିରେ ପାରଦର୍ଶିତାର ଅଭାବ ରହିଛି । ନୂତନ ସିଷ୍ଟମରେ ସେମାନଙ୍କର ପାରିଶ୍ରମିକ ଉପରେ ଗଭୀର ପ୍ରଭାବ ପକାଇଛି । ଖେଳାଳିଙ୍କ ବାର୍ଷିକ ଆୟରେ ହ୍ରାସ ଘଟିଛି । ନିକଟରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୂତନ ସିଷ୍ଟମ ଏଥିପାଇଁ ଲାଗୁ କରିଛି କାରଣ କରୋନା ଭାଇରସ୍ ପ୍ରଭାବରେ ବୋର୍ଡର ବହୁତ କ୍ଷତି ଘଟିଛି । ଏଥିପାଇଁ ଖେଳାଳିଙ୍କ ବେତନ ହ୍ରାସ କରାଯାଇଛି ।

ଶ୍ରୀଲଙ୍କା ଖେଳାଳି ଜାଣିବାକୁ ଚାହୁଁଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କିପରି ଏବଂ କେଉଁ ଆଧାରରେ ପଏଂଟ ଦେବ । ଯଦି ସେମାନେ ପୂରା ପ୍ରକ୍ରିୟା ବିଷୟରେ ଜାଣିବେ ତେବେ ସେହି ଆଧାରରେ ପ୍ରସ୍ତୁତି କରିବେ ।

Get real time updates directly on you device, subscribe now.