fbpx

ପୁଷ୍ପା ଅନ୍ଦାଜରେ ଫେରୁଛନ୍ତି ଶ୍ରୀଗଣେଶ: ସାଉଥ ସୁପରଷ୍ଟାରଙ୍କ ହିଟ୍ ଷ୍ଟାଇଲରେ ନଜର ଆସିଲେ ପ୍ରଭୁ ଗଜାନନ

ନୂଆଦିଲ୍ଲୀ: ହିଟ ମୋଭି ‘ପୁଷ୍ପା’ ସ୍ୱାଗରେ ଧରାକୁ ଆସିଛନ୍ତି ବାବା ଶ୍ରୀଗଣେଶ । ସାଉଥ ସୁପରଷ୍ଟାରଙ୍କ ଲୁକରେ ଏଥର ପୂଜା ପାଇବେ ପ୍ରଭୁ ବିଘ୍ନ ବିନାଶକ । ଚଳିତବର୍ଷ ପୂଜାରେ ଗଣପତି ବାପ୍ପା ସାଉଥ ଫିଲ୍ମର ହିରୋ ହୋଇ ପୃଥିବୀକୁ ଫେରୁଛନ୍ତି । କେବେ ପୁଷ୍ପା ହୋଇ ତ କେବେ ‘RRR’ ମୋଭିର ରାମଚରଣଙ୍କ ଲୁକରେ । ଗଣେଶ ପୂଜାରେ ବି ଏବେ ଦେକିବାକୁ ମିଳିଛି ସାଉଥ ମୋଭିର ଧମାଲ ।

 

ଗଣେଶ ଚତୁର୍ଥୀ ଏବଂ ବାପ୍ପାଙ୍କ ଆଗମନ ପାଇଁ ଲୋକଙ୍କ ମନରେ ଅନେକ ଭକ୍ତି ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ କେତେକ ଗଣେଶ ମୂର୍ତ୍ତି ମଧ୍ୟ ଭାଇରାଲ ହେବାରେ ଲାଗିଛି । ଶିଳ୍ପୀମାନେ ଗଣପତିଙ୍କୁ ‘ପୁଷ୍ପା’ ଲୁକ ଦେଇଛନ୍ତି । ଅନେକ ସ୍ଥାନରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲରେ ଗଣପତି ବାବାଙ୍କ ପ୍ରତିମାମାନ ଦେଖିବାକୁ ମିଳିଛି । ଯେଉଁଥିରେ ସେ ସମାନ ପୋଷାକ ସହିତ ସେହି ଷ୍ଟାଇଲରେ ନଜର ଆସିଛନ୍ତି । ପୁଷ୍ପା ପରେ ଆଉ ଏକ ହିଟ ସିନେମା ‘RRR’ର ଷ୍ଟାରମାନଙ୍କ ଷ୍ଟାଇଲରେ ମଧ୍ୟ ଗଜାନନଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସାଉଥର ସୁପରହିଟ ଚଳଚିତ୍ର ‘ପୁଷ୍ପା: ଦ ରାଇଜ୍’ ଦେଖିବା ପରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍ ର କ୍ରେଜ ଏବେ ବି ଖୁବ ଜମି ରହିଛି । ବକ୍ସ ଅଫିସରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ହିଟ ହେବା ପରେ ମଧ୍ୟ ‘ପୁଷ୍ପା’ର କ୍ରେଜ ଥମିବାରେ ନାଁ ଧରୁନି । ଚଳଚ୍ଚିତ୍ରରେ ‘ମେଁ ଝୁକେଗା ନେହିଁ’ ଡାଏଲଗରେ ହଜାର ହଜାର ଲୋକ ସୋସିଆଲ ମିଡିଆରେ ନିଜର ରିଲ୍ ସେୟାର କରିଥିଲେ । ସାଧାରଣ ମଣିଷଠାରୁ ଆରମ୍ଭ କରି ସମଗ୍ର ବିଶ୍ୱରୁ ସେଲିବ୍ରେଟି ପର୍ଯ୍ୟନ୍ତ ଏହି ଟ୍ରେଣ୍ଡରେ ସାମିଲ୍ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଏହି ସ୍ୱାଗ୍ ପ୍ରଭୁ ଗଣେଶ କରୁଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.