fbpx

ପ୍ରଥମ ଦିନିକିଆ: ଟସ୍ ଜିତି ବ୍ୟାଟିଂ ଆରମ୍ଭ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହେଉଛି । ଭାରତୀୟ ଟିମର ତାରକା ଖେଳାଳିମାନେ ଏବେ ଇଂଲଣ୍ଡ ଗସ୍ତରେ ଥିବାରୁ ଦଳ ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ । ଦଳରେ ଭାରତର ୫ ଜଣ ଅନଭିଜ୍ଞ ଖେଳାଳି ସ୍ଥାନ ପାଇଥିବା ଜଣାପଡ଼ିଛି । ତେବେ ଅପରପକ୍ଷରେ ଶ୍ରୀଲଙ୍କା ଦଳ ମଧ୍ୟ ଦୁର୍ବଳ ସ୍ଥିତିରେ ରହିଛି । ନିକଟରେ ଖେଳାଯାଇଥିବା ସିରିଜରେ ଶ୍ରୀଲଙ୍କା ଦୁର୍ବଳ ପ୍ରଦର୍ଶନ କରିଥିବାର ଭାରତକୁ ତାହା ସୁହାଇବ ।

ଆଜି ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଆଜି ଭାରତୀୟ ଦଳ ଶିଖରଙ୍କ ସହ ପୃଥ୍ୱୀ ସ’ଙ୍କୁ ନେଇ ଇନିଂସ ଓପନ କରିବାର ସମ୍ଭାବନା ରହିଛି । ତା’ପରେ ୱିକେଟ କିପର ଇଶାନ କିଷାନ ଓ ମନିଷ ପାଣ୍ଡେଙ୍କ ମଧ୍ୟରୁ ଜଣଙ୍କୁ ୩ୟ ସ୍ଥାନରେ ଖେଳାଯିବ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଡିଲ ଅର୍ଡର ସମ୍ଭାଳିବେ । ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର ଓ ଦୀପକ ଚହର ପେସ୍ ଆକ୍ରମଣ ଜାରି ରଖିବେ । ତେବେ କିଛିଦିନ ପୂର୍ବରୁ ଇଂଲଣ୍ଡ ଗସ୍ତରେ ଯାଇ ବିନା ବିଜୟରେ ଘରକୁ ଫେରିଥିବା ଘରୋଇ ଶ୍ରୀଲଙ୍କା ଦଳ ଭାରତ ସହ ସଂଘର୍ଷ କରିବାକୁ ନିଶ୍ଚୟ ଚେଷ୍ଟା କରିବ । ଶ୍ରୀଲଙ୍କା ଦଳରେ ଅଧିନାୟକ ଡସୁନ ଶନକ, ଧନଞ୍ଜୟ ଡି’ସିଲଭା, ଅଭିକ୍ଷା ଫର୍ଣ୍ଣାଣ୍ଡୋ, ଦୁଷ୍ମନ୍ତ ଚମିରା ଆଦି ପ୍ରମୁଖ ଖେଳାଳି ରହିଛନ୍ତି । ୨୦୧୨ ମସିହାରେ ପରଠାରୁ ଭାରତ କୌଣସି ଦିନିଆ ମ୍ୟାଚ ଶ୍ରୀଲଙ୍କାରେ ହାରି ନଥିବାରୁ ଏହା ଦଳ ପାଇଁ ଶୁଭ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.